କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧୁବାବୁଙ୍କ ସମାଧିପୀଠ ପୁଷ୍ପମାଲ୍ୟ ଅର୍ପଣ
କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧୁବାବୁଙ୍କ ସମାଧିପୀଠ ପୁଷ୍ପମାଲ୍ୟ ଅର୍ପଣ
ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଶ୍ରାଦ୍ଧ ଦିବସ ଅବସରରେ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଉପସଭାପତି ମନୋଜ ବିଶ୍ୱାଳ ଙ୍କ ପୌରହିତ୍ୟରେ ମଧୁବାବୁଙ୍କ ସମାଧିପୀଠ ଗୋରାକବର ଠାରେ ତାଙ୍କ ସମାଧି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ନିରବ ପାର୍ଥନା କରାଯାଇଥିଲା ଏବଂଶୈଳବାଳା ମହିଳା ମହାବିଦ୍ୟାଳୟ ପରିସରରରେ ଥିବ ମଧୁ ସ୍ମୃତି ଭବନ ଠାରେ ତାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା.ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ କଂଗ୍ରେସ ଉପ ସଭାପତି ଡ଼. ବିପ୍ଳବ ଶିଳାଦିତ୍ୟ, ଜିଲ୍ଲା ସାଧାରଣ ସମ୍ପାଦକ ଶିଶିର ରଥ, ମହିଳା କଂଗ୍ରେସ ସଭାପତି ଶୋଭା ସିଂ, ଟାଙ୍ଗୀ ବ୍ଲକ ସଭାପତି ଆଶୁତୋଷ ବରାଳ, ଅର୍ଶଦ୍ ଅଲି, ଗୁଲଜାର ଅଲି, ଦୀପକ ମହାନ୍ତି, ଶିବ ଅଗ୍ରୱାଲ, ସଦାଶିବ ବାରିକ,ସତୀଶ ଶେଖର, କମଳେନ୍ଦୁ ଆଚାର୍ଯ୍ୟ, କମଲେଣ୍ଡୁ ଆଚାର୍ଯ୍ୟ, ଅନିଶ ବେଗ, ସୌମ୍ୟ ରଂଜନ ପ୍ରଧାନ, ୟେଶରାଜ ବେହେରା, ରତନ ସିହ୍ନl ଉପସ୍ଥିତ ଥିଲେ।




admin 