ଚୀନ୍ର ଗୁଇନ୍ଦା ବେଲୁନ୍କୁ ଆମେରିକାର କ୍ଷେପଣାସ୍ତ୍ର ମାଡ଼
ଚୀନ୍ର ଗୁଇନ୍ଦା ବେଲୁନ୍କୁ ଆମେରିକାର କ୍ଷେପଣାସ୍ତ୍ର ମାଡ଼
ଚାଇନାର ଗୁଇନ୍ଦାକୁ କ୍ଷେପାଣାସ୍ତ୍ର ଆମେରିକା କରିଛି କ୍ଷେପଣାସ୍ତ୍ର ମାଡ଼। ଏହି ଘଟଣା ପରେ ବିଳିବିଳାଉଛି ଚୀନ୍। ବଦ୍ଲା ନେବ ବୋଲି କହୁଛି। ରାଗରେ ଆମେରିକାକୁ ଦେଇଛି ଧମକ। ବେଲୁନର ଶୁଟ୍ଡାଉନକୁ ନେଇ ଚୀନ୍ର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମେରିକାର ଏହି କାର୍ୟ୍ୟକୁ ଚାଇନା କଡା ବିରୋଧ କରିଛି।
ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ କହିଛି, ବେଲୁନକୁ ଟାର୍ଗେଟ କରି ଆମେରିକା ଆନ୍ତରାଷ୍ଟ୍ରୀୟ ନିୟମର ଉଲ୍ଲଂଘନ କରିଛି। ଆମେରିକା ଏହି ଘଟଣାକୁ ଶାନ୍ତ, ବୃତ୍ତିଗତ ଏବଂ ସଂଯମ ଢଙ୍ଗରେ ପରିଚାଳନ କରିବ ବୋଲି ଚୀନ୍ ସ୍ପଷ୍ଟ ଭାବେ ଚାହୁଁଛି । ସେ ତା’ର ସ୍ୱାର୍ଥକୁ ଦୃଢତାର ସହ ରକ୍ଷା କରିବ ବୋଲି ଚୀନ୍ ଆମେରିକାକୁ ଚେତାବନୀ ଦେଇ କହିଛି।
ଆମେରିକା କ୍ୟାରୋଲିନା ଉପକୂଳରେ ଚାଇନାର ଗୁଇନ୍ଦା ବେଲୁନକୁ ଆଜି ମିଶାଇଲ ମାଧ୍ୟମରେ ନଷ୍ଟ କରିଦେଇଛି। ଗ୍ଲୋବାଲ ଟାଇମ୍ସର ରିପୋର୍ଟରେ କୁହାଯାଇଛି, ସିଭିଲ ବେଲୁନକୁ ନଷ୍ଟ କରିବାକୁ ଆମେରିକା ପକ୍ଷରୁ ସେନାର ବ୍ୟବହାର କରାଯାଇଥିଲା। ଗୁଇନ୍ଦା ବେଲୁନକୁ ଆମେରିକା ଫଟାଇଦେବା ପରେ ଏବେ ଚୀନ୍ ବିଚଳିତ ହୋଇପଡିଛି। ସେପଟେ ଆମେରିକାର ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ୍ ଏହି ଅପରେସନକୁ ଏକ ଯୋଜନାବଦ୍ଧ ତଥା ଆଇନଗତ କାର୍ୟ୍ୟ ବୋଲି କହିଛନ୍ତି।
ଆମେରିକାର ଅଧିକାରୀମାନେ ଗୁରୁବାର ପ୍ରଥମ ଥର ପାଇଁ ଆମେରିକାର ଆକାଶରେ ଏକ ବଡ଼ ଚାଇନାର “ଗୁଇନ୍ଦା ବେଲୁନ୍” ଟ୍ରାକ୍ କରୁଥିବା କହିଥିଲେ। ଏହି କାରଣରୁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଆମେରିକା ଓ ଚୀନ୍ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦେଖି ଶୁକ୍ରବାର ଦିନ ବେଜିଂ ଗସ୍ତକୁ ବାତିଲ କରିଥିଲେ।




admin 