କଟକ ଜିଲ୍ଲା କଂଗ୍ରେସ ତରଫରୁ ଉତ୍କଳ ଗୌରବଙ୍କ ଶ୍ରାଦ୍ଧ ଦିବସ
କଟକ ଜିଲ୍ଲା କଂଗ୍ରେସ ତରଫରୁ ଉତ୍କଳ ଗୌରବଙ୍କ ଶ୍ରାଦ୍ଧ ଦିବସ
କଟକ: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ଅବସରରେ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ପାଳିତ ହୋଇଯାଇଛି। ମଧୁବାବୁଙ୍କ ସମାଧିପୀଠ ଗୋରାକବରଠାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଉପସଭାପତି ମନୋଜ ବିଶ୍ୱାଳ ପୌରୋହିତ୍ୟ କରିଥିଲେ। ଏହି ଅବସରରେ ତାଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ନିରବ ପାର୍ଥନା କରାଯାଇଥିଲା। ସେହିପରି ଶୈଳବାଳା ମହିଳା ମହାବିଦ୍ୟାଳୟ ପରିସରରରେ ଥିବ ମଧୁ ସ୍ମୃତି ଭବନଠାରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ କଂଗ୍ରେସ ଉପ ସଭାପତି ଡ଼. ବିପ୍ଳବ ଶିଳାଦିତ୍ୟ, ଜିଲ୍ଲା ସାଧାରଣ ସମ୍ପାଦକ ଶିଶିର ରଥ, ସଂପାଦକ ଶିଶିର କୁମାର ରଥ, ମହିଳା କଂଗ୍ରେସ ସଭାପତି ଶୋଭା ସିଂ, ଟାଙ୍ଗୀ ବ୍ଲକ ସଭାପତି ଆଶୁତୋଷ ବରାଳ, ଅର୍ଶଦ୍ ଅଲ୍ଲୀ, ଗୁଲଜାର ଅଲି, ଦୀପକ ମହାନ୍ତି, ଶିବ ଅଗ୍ରୱାଲ, ସଦାଶିବ ବାରିକ,ସତୀଶ ଶେଖର, କମଳେନ୍ଦୁ ଆଚାର୍ୟ୍ୟ, କମଲେଣ୍ଡୁ ଆଚାର୍ୟ୍ୟ, ଅନିଶ ବେଗ, ସୌମ୍ୟ ରଂଜନ ପ୍ରଧାନ, ୟେଶରାଜ ବେହେରା, ରତନ ସିହ୍ନକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।




admin 