କଶ୍ମୀର ଏବେ ସେନାର ଅଭେଦ୍ୟ ଦୁର୍ଗ

କଶ୍ମୀର ଏବେ ସେନାର ଅଭେଦ୍ୟ ଦୁର୍ଗ

କଶ୍ମୀର ଏବେ ସେନାର ଅଭେଦ୍ୟ ଦୁର୍ଗ
ଶ୍ରୀନଗର: ସମଗ୍ର କଶ୍ମୀର ଏବେ ସେନାର ଅଭେଦ୍ୟ ଦୁର୍ଗ ପାଲଟି ଯାଇଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ସାମରିକ ଏବଂ ଅର୍ଦ୍ଧସାମରିକ ବାହିନୀର ଯବାନ ମୁତୟନ ହୋଇଛନ୍ତି । ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ ଓ ଶ୍ରୀନଗରର ସମସ୍ତ ସରକାରୀ ପ୍ରତିଷ୍ଠାନକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ଦକ୍ଷିଣ କଶ୍ମୀରରେ କଫୁ୍ୟ ବଳବତ୍ତର ରହିଥିବା ବେଳେ ଆଜି ୮ ହଜାର ଅତିରିକ୍ତ ଯବାନଙ୍କୁ ଭାରତୀୟ ବାୟୁସେନାର ସି-୧୭ ବିମାନରେ କଶ୍ମୀର ପଠାଯାଇଛି । ଏବେ ଜମ୍ମୁକଶ୍ମୀରର ସ୍ଥିତି ମୁକାବିଲା ପାଇଁ ଅତିରିକ୍ତ ୪୬ ହଜାର ଯବାନ ମୁତୟନ ହୋଇଛନ୍ତି । ଧାରା ୩୭୦ କୁ ଅଚଳ କରାଯିବା ପରିପ୍ରେକ୍ଷୀରେ ଉପôନ୍ନ ସ୍ଥିତିର ମୁକାବିଲା ପାଇଁ ସୀମାରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଇଛି । ସ୍ଥଳସେନା ଏବଂ ବାୟୁସେନାକୁ ହାଇଆଲର୍ଟରେ ରଖାଯାଇଛି । ମୋବାଇଲ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ରହିଥିବା ବେଳେ ଆଇନଶୃଙ୍ଖଳା ସ୍ଥିତି ନେଇ ମିଳିତ ସୁରକ୍ଷା ବାହିନୀ ସ୍ୱତନ୍ତ୍ର ରଣନୀତିରେ କାର୍ଯ୍ୟ କରୁଛନ୍ତି । ବିଚ୍ଛିନ୍ନତାବାଦୀମାନଙ୍କ ଦ୍ୱାରା ଲୋକଙ୍କୁ ମତାଇବା କାର୍ଯ୍ୟ ସମ୍ଭବ ହେଉନଥିବାରୁ ଆଜି ରାତି ସୁଦ୍ଧା କାଶ୍ମୀରରେ କୌଣସି ଅଘଟଣ ଘଟିନାହିଁ ।