କହ୍ନେୟା ଧରିବେ ରାହୁଲଙ୍କ ହାତ!

କହ୍ନେୟା ଧରିବେ ରାହୁଲଙ୍କ ହାତ!

କହ୍ନେୟା ଧରିବେ ରାହୁଲଙ୍କ ହାତ!

ନୂଆଦିଲ୍ଲୀ: ଜେଏନୟୁ ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ସିପିଆଇର ଯୁବନେତା  କହ୍ନେୟା କୁମାର କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି । ନିକଟରେ ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । କଥାବାର୍ତ୍ତା ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚି ସାରିଛି । ରାହୁଲଙ୍କ ସହ କହ୍ନେୟାଙ୍କ ସାକ୍ଷାତ ବେଳେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ମଧ୍ୟ ଉପସ୍ଥିତ ଥିଲେ । କହ୍ନେୟା ପୂର୍ବରୁ ମଧ୍ୟ ରାହୁଲଙ୍କୁ ଭେଟି ଆଲୋଚନା କରି ସାରିଛନ୍ତି । କହ୍ନେୟା ଦଳୀୟ ଶୃଙ୍ଖଳା ଭାଙ୍ଗିଥିବା ଅଭିଯୋଗରେ ଗତ ଜାନୁଆରୀରେ ହାଇଦ୍ରାବାଦରେ ଅନୁଷ୍ଠିତ ସିପିଆଇର ଏକ ବୈଠକରେ ତାଙ୍କ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା । ଯାହାକୁ ନେଇ କହ୍ନେୟା ଦଳ ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି ।