କାହାକୁ ଆସିଲା ନବୀନଙ୍କ ଫୋନ...
କାହାକୁ ଆସିଲା ନବୀନଙ୍କ ଫୋନ...
ଭୁବନେଶ୍ୱର : ଆସନ୍ତାକାଲି ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବ । ମନ୍ତ୍ରୀମାନେ ଇସ୍ତଫା ଦେବା ପରେ ଆସନ୍ତାକାଲି ଶପଥ ନେବାକୁ ନେତାମାନଙ୍କୁ କଲ କରାଯାଇଛି । ବାଚସ୍ପତି, ମୁଖ୍ୟ ସଚେତକ ଏବଂ ମନ୍ତ୍ରୀ ହେବା ପାଇଁ ଫୋନ ଆସିଥିବା ଜଣାପଡ଼ିଛି । ବିକ୍ରମ କେଶରୀ ଆରୁଖ ବାଚସ୍ପତି ହୋଇପାରନ୍ତି ବୋଲି କୁହାଯାଉଥିବାବେଳେ ପ୍ରଶାନ୍ତ ମୁଦୁଲି ସରକାରୀ ଦଳର ମୁଖ୍ୟ ସଚେତକ ହେବାର ସମ୍ଭାବନା ରହିଛି । ସେହିପରି ସରୋଜ ମେହେର ଉପମୁଖ୍ୟ ସଚେତକ ହେବେବୋଲି ଶୁଣିବାକୁ ମିଳିଛି। ଯେଉଁମାନେ ମନ୍ତ୍ରୀ ହେବେ ସେମାନଙ୍କୁ ନିଜେ ଫୋନ କରି ଏ ଖୁସି ଖବର ଜଣେଇଥିଲେ।
ଆମକୁ ମିଳିଥିବା ସୂଚନା ଅନୁଯାୟୀ, ଏହି ନେତାମାନଙ୍କୁ କୁଆଡ଼େ ନବୀନ ଫୋନ କରି ମନ୍ତ୍ରୀ ହେଉଛନ୍ତି ବୋଲି ଜଣାଇଥିଲେ, ସୂତ୍ର ମୁତାବକ ଯେଉଁମାନଙ୍କୁ ନବୀନ ଫୋନ କଲ କରିଥିଲେ, ସେମାନେ ହେଲେ...
ଶ୍ରୀକାନ୍ତ ସାହୁ, ପୋଲସରା
ଅଶୋକ ଚନ୍ଦ୍ର ପଣ୍ଡା, ଏକାମ୍ର
ନବ କିଶୋର ଦାସ, ଝାରସୁଗୁଡ଼ା
ପ୍ରତାପ ଦେବ, ଆଳି
ପ୍ରମିଳା ମଲ୍ଲିକ, ବିଞ୍ଝାରପୁର
ପ୍ରଦୀପ ଅମାତ, ବୌଦ୍ଧ
ପ୍ରଶାନ୍ତ ମୁଦୁଲି, ଜଗତସିଂହପୁର
ସମୀର ରଞ୍ଜନ ଦାସ, ନିମାପଡ଼ା
ରୋହିତ ପୂଜାରୀ, ରେଢ଼ାଖୋଲ
ରାଜେନ୍ଦ୍ର ଢେ଼ାଲକିଆ, ନୂଆପଡ଼ା
ଅତନୁ ସବ୍ୟସାଚୀ ନାୟକ, ମହାକାଳପଡ଼ା
ଅଶ୍ୱିନୀ ପାତ୍ର, ଜଳେଶ୍ୱର
ପ୍ରୀତିରଞ୍ଜନ ଘଡେ଼ଇ, ସୁକିନ୍ଦା
ରୀତା ସାହୁ, ବିଜେପୁର
ପ୍ରଶାନ୍ତ ମୁଦୁଲି, ଜଗତସିଂହପୁର
ଉଷାଦେବୀ, ଚିକିଟି
ନିରଞ୍ଜନ ପୂଜାରୀ, ସୋନପୁର
ପ୍ରଫୁଲ୍ଲ ମଲ୍ଲିକ : କାମାକ୍ଷାନଗର
ଟୁକୁନି ସାହୁ : ଟିଟିଲାଗଡ଼




admin 