ନବୀନଙ୍କ କ୍ୟାବିନେଟରେ କିଏ କିଏ...

ନବୀନଙ୍କ କ୍ୟାବିନେଟରେ କିଏ କିଏ...

ନବୀନଙ୍କ କ୍ୟାବିନେଟରେ କିଏ କିଏ...

ଭୁବନେଶ୍ୱର: ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ।  ଆଜି ସକାଳ ସାଢ଼େ ୧୧ଟାରେ ମନ୍ତ୍ରୀମାନେ ଶପଥ ନେବେ ଲୋକସେବା ଭବନର କନଭେନସନ ସେଣ୍ଟରରେ ।

କ୍ୟାବିନେଟ ପାହ୍ୟା ତାଲିକାରେ ୧୩ ଜଣଙ୍କୁ ସ୍ଥାନ ମିଳିବା ନେଇ ସୂଚନା ମିଳିଛି । ସମ୍ଭାବ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ତାଲିକାରେ ଝାରସୁଗୁଡା ବିଧାୟକ ନବ ଦାସ, ଆଠଗଡ ବିଧାୟକ ରାଜା ସ୍ୱାଇଁ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କ ନାଁ ରହିଛି। ସେହିପରି ପ୍ରମିଳା ମଲ୍ଲିକ, ଉଷା ଦେବୀ, ଟୁକୁନି ସାହୁ, ଜଗନ୍ନାଥ ସାରକା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ଅଶୋକ ପଣ୍ଡା, ରାଜେନ୍ଦ୍ର ଢୋଲକିଆ, ନିରଞ୍ଜନ ପୂଜାରୀଙ୍କ ନାଁ ସମ୍ଭାବ୍ୟ ତାଲିକାରେ ରହିଛି ।

ସେହିପରି ରାଷ୍ଟ୍ରମନ୍ତ୍ରୀ ପଦ ନେଇ ଯେଉଁ ବିଧାୟକଙ୍କ ନାଁ ସମ୍ଭାବ୍ୟ ତାଲିକା ଜଣାପଡିଛି ସେଥିରେ ୬ ଜଣ ବିଧାୟକ ଅଛନ୍ତି । ସମ୍ଭାବ୍ୟ ତାଲିକାରେ ରୋହିତ ପୂଜାରୀ, ସମୀର ରଞ୍ଜନ ଦାଶ, ଅଶ୍ୱିନୀ ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ରୀତା ସାହୁ, ଶ୍ରୀକାନ୍ତ ସାହୁଙ୍କ ନାଁ ରହିଛି ।

ସେହିପରି ବାଚସ୍ପତି ପଦରୁ ସୂର୍ଯ୍ୟ ପାତ୍ରଙ୍କ ଇସ୍ତଫା ପରେ ତାଙ୍କ ଆସନରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହେବେ ବୋଲି ଶୁଣାଯାଉଛି । ସେହିପରି ପ୍ରଶାନ୍ତ ମୁଦୁଲିଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଓ ସରୋଜ ମେହେର ଉପମୁଖ୍ୟ ସଚେତକ ହେବେ ବୋଲି ଜଣାପଡିଛି।

ନବୀନ ନିଜ ନୂଆ ଟିମରେ ୫ ଜଣ ନୂଆ ମୁହଁକୁ ସାମିଲ କରୁଥିବାବେଳେ ୧୨ ଜଣକୁ ବିଦା କରିଥିବା ଜଣାପଡିଛି ।