କିଏ ହେବେ ନୂଆ ମନ୍ତ୍ରୀ, ଚର୍ଚ୍ଚାରେ

କିଏ ହେବେ ନୂଆ ମନ୍ତ୍ରୀ, ଚର୍ଚ୍ଚାରେ

କିଏ ହେବେ ନୂଆ ମନ୍ତ୍ରୀ, ଚର୍ଚ୍ଚାରେ

ଭୁବନେଶ୍ୱର : ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତି ନେଇଛନ୍ତି   । ରାଜ୍ୟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି   । ମନ୍ତ୍ରୀମାନେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି   । ପ୍ରଥମ ଥର ପାଇଁ ନବୀନଙ୍କ ମନ୍ତ୍ରୀମଣ୍ଡଳର ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି   । ଯାହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟିକରିଛି ।

 ଆସନ୍ତାକାଲି ୧୧ଟା ୪୫ରେ ରାଜଭବନର କନଭେସନ ହଲରେ ନୂଆ ମନ୍ତ୍ରୀମାନେ ଶପଥଗ୍ରହଣ କରିବେ   । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡାରୁ ଅତନୁ ସବ୍ୟସାଚୀ ନାୟକ, ମୟୁରଭଞ୍ଜରୁ  ବାସନ୍ତୀ ହେମ୍ବ୍ରମ୍, ବାଲେଶ୍ୱରରୁ ଅଶ୍ୱିନୀ ପାତ୍ର, ଗଞ୍ଜାମରୁ ଲତିକା ପ୍ରଧାନ, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ, କେନ୍ଦୁଝରରୁ ବଦ୍ରି ନାରାୟଣ ପାତ୍ର ମନ୍ତ୍ରୀ ହେବେବୋଲି ଜଣାପଡ଼ିଛି  । ସେହିପରି ବ୍ୟୋମୋକେଶ ରାୟ, ଦେବୀ ପ୍ରସାଦ ମିଶ୍ର, ଦେବୀରଞ୍ଜନ ତ୍ରିପାଠୀଙ୍କ ନାମକୁ ନେଇ ବି ଚର୍ଚ୍ଚା ଜୋରଧରିଛି । ଯାଜପୁରରୁ ପ୍ରମିଳା ମଲ୍ଲିକ ପୁଣି ମନ୍ତ୍ରୀମଣ୍ଡଳକୁ ଫେରିବେ ବୋଲି କୁହାଯାଉଛି  ।

ସଂଧ୍ୟାସୁଦ୍ଧା ମନ୍ତ୍ରୀମଣ୍ଡଳ ତାଲିକା ଆସିଯିବ ବୋଲି ପାୱାର କରିଡ଼ରରେ ଚର୍ଚ୍ଚା ହେଉଛି । ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଥିବାବେଳେ ନୂଆ ମନ୍ତ୍ରୀମାନଙ୍କ ନିକଟକୁ ଏଯାଏଁ ଫୋନ ଯାଇନଥିବା ଜଣାପଡ଼ିଛି  ।