କୃଷକଙ୍କୁ ମାଡର ଫଟୋ ସେୟାର କରି ଏପରି କହିଲେ ରାହୁଲ ଗାନ୍ଧୀ
କୃଷକଙ୍କୁ ମାଡର ଫଟୋ ସେୟାର କରି ଏପରି କହିଲେ ରାହୁଲ ଗାନ୍ଧୀ
admin
Nov 28, 2020 - 08:17
Updated: Nov 28, 2020 - 08:17
ନୂଆଦିଲ୍ଲୀ : ନୂତନ କୃଷି ବିଲକୁ ବିରୋଧ କରି ସମଗ୍ର ଦେଶର କୃଷକ ମାନେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । କୃଷି ବିଲକୁ ବିରୋଧ କରି ଆନେ୍ଦାଳନ କରୁଥିବା ଜଣେ କୃଷକ କିଭଳି ଜଣେ ଯବାନଙ୍କ ଲାଠିର ସମ୍ମୁଖୀନ ହେଉଛି ତାହା ରାହୁଲ କହିବାକୁ ଚେଷ୍ଟା କରିଛନ୍ତି । ଜଣେ କୃଷକଙ୍କୁ ଜଣେ ଯବାନ ମାରିବାକୁ ଉଦ୍ୟତ ହେଉଥିବାର ଫଟୋ ରାହୁଲ ସେୟାର କରିଛନ୍ତି ।
ଏକଦା କଂଗ୍ରେସ ଶାସନ କ୍ଷମତାରେ ରହିଥିବା ବେଳେ ଜୟ ଯବାନ, ଜୟ କିଶାନ ଦଳର ନାରା ରହିଥିଲା । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅହଙ୍କାର କାରଣରୁ ଦେଶର ବୀର ଯବାନ କୃଷକଙ୍କ ରାସ୍ତାରେ ଛିଡା ହୋଇଛି । ଏହାଠାରୁ ବିପଜ୍ଜନକ ଏବଂ ଦୁଃଖଦ ଆଉ କଣ ହୋଇପାରେ ବୋଲି ରାହୁଲ ଗାନ୍ଧୀ ଫଟୋରେ ଲେଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କୃଷି ବିଲ ବିରୋଧରେ ପ୍ରଦର୍ଶନ ପାଇଁ ୬ ରାଜ୍ୟର କୃଷକ ଦିଲ୍ଳୀ ଆସୁଥିବା ବେଳେ ସରକାରଙ୍କ ପକ୍ଷରୁ ଏହାକୁ ରୋକିବାକୁ ପ୍ରୟାସ କରାଯାଇଥିଲା । କୃଷକ ମାନଙ୍କ ଉପରକୁ ଲୁହବୁହା ଗ୍ୟାସ ଏବଂ ୱାଟର କ୍ୟାନନର ପ୍ରୟୋଗ କରାଯାଇଥିଲା ।
ଦେଶର ପ୍ରମୁଖ ବ୍ୟବସାୟୀ ଦିଲ୍ଲୀ ଆସିଲେ ସେମାନଙ୍କୁ ରେଡ କାର୍ପେଟରେ ସ୍ୱାଗତ କରାଯାଉଥିବା ବେଳେ କୃଷକ ମାନଙ୍କ ପାଇଁ ରାସ୍ତା ଖୋଳି ଦିଆଯାଉଛି । ଏପରିକି ଲାଠି ପାହାର ଜରିଆରେ ସେମାନଙ୍କର ସ୍ୱାଗତ କରାଯାଉଛି ବୋଲି କଂଗ୍ରେସ ମହସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ୱିଟ କରିଛନ୍ତି । ତେବେ ପ୍ରଥମରୁ ଆନେ୍ଦାଳନକୁ ବିରୋଧ କରି ଆସୁଥିବା ସରକାର ଶେଷରେ ଆଲୋଚନା ପାଇଁ ରାଜି ହୋଇଥିଲେ । ଦିଲ୍ଲୀର ବୁରାରିରେ ନିରଙ୍କର ସମାଗମ ଗ୍ରାଉଣ୍ଡରେ ସରକାର ଏବଂ ଚାଷୀ ନେତାଙ୍କ ମଧ୍ୟରେ ଆନେ୍ଦାଳନ ହେବ ବୋଲି ଜଣାପଡିଛି ।