ମିଳିଲାଣି ୧୦ କେଜି ସୁନା: କମିଶନର

ମିଳିଲାଣି ୧୦ କେଜି ସୁନା: କମିଶନର

ମିଳିଲାଣି ୧୦ କେଜି ସୁନା: କମିଶନର
କଟକ: କଟକ ଆଇଆଇଏଫଏଲ ସୁନା ଲୁଟ ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ୧୦ କେଜି ସୁନା ମିଳିସାରିଥିବା ଜଣାଯାଇଛି । ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଏହି ଲୁଟ ଘଟଣାରେ ଏଯାବତ ୧୦ ଗିରଫ ହେଲେଣି । ଆଗକୁ ବଢିବ । ଏହି ଲୁଟ ଷଡ଼ଯନ୍ତ୍ର ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି । ୨୦୧୬ରୁ ଏହି ଲୁଟ ଆରମ୍ଭ ହୋଇଥିଲା । ୧୦ କେଜି ସୁନା ଜବତ ହେଲାଣି । ମନପୁରମରୁ ୬.୭ କେଜି ସୁନା ମିଳିଛି । ଲାଲା ଅମ୍ରିତ ବିଭିନ୍ନ ସ୍ଥାନରେ ଭିନ୍ନ ଲୋକ ନାଁରେ ସୁନା ରଖିଥିଲା । ଏନେଇ ମୁମ୍ବାଇ ହେଡ ଅଫିସ ସହ ମଧ୍ୟ ଯୋଗାଯୋଗ କରାଯାଇଛି । ବର୍ତ୍ତମାନ ପୁଲିସ ହେପାଜତରେ ଜବତ ସୁନା ରହିବ । ସୁନା ରଖିଥିବା ବ୍ୟକ୍ତି କିପରି ପାଇବେ ତାହା ଆଇଆଇଏଫଏଲ ସ୍ଥିର କରିବ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।