କୋଭିଡ-୧୯ ପାଇଁ ବିହାରରେ ଯୁବକଙ୍କୁ ପିଟିପିଟି ହତ୍ୟା

କୋଭିଡ-୧୯ ପାଇଁ ବିହାରରେ ଯୁବକଙ୍କୁ ପିଟିପିଟି ହତ୍ୟା

କୋଭିଡ-୧୯ ପାଇଁ ବିହାରରେ ଯୁବକଙ୍କୁ ପିଟିପିଟି ହତ୍ୟା
ପାଟନା: ବିହାରର ସୀତାମଢ଼ି ଜିଲ୍ଲାରେ ଜଣେ ବ୍ୟକ୍ତି କୋଭିଡ-୧୯ ସନ୍ଦିଗ୍ଧଙ୍କ ସମ୍ପର୍କରେ ସରକାରୀ ହେଲ୍ପଲାଇନ ନମ୍ବରରେ ଫୋନ କରି ସୂଚନା ଦେବାରୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଉକ୍ତ ବ୍ୟକ୍ତିଙ୍କ ନାମ ବବଲୁ କୁମାର । ୨୪ ବର୍ଷୀୟ ବବଲୁ ତାଙ୍କ ଦାଦାଙ୍କ ଘରକୁ ଯାଉଥିବା ବେଳେ ବାଟରେ ରୁନ୍ନିସାଇଦପୁର ଥାନା ଅଧୀନ ତାଙ୍କୁ କିଛି ଲୋକ ପିଟି ପିଟି ହତ୍ୟା କରିଛନ୍ତି । ପୁଲିସ ସୂଚନା ଅନୁଯାୟୀ ସୀତାମଢ଼ି ଜିଲ୍ଲାର ମଧୌଲ ଗ୍ରାମକୁ ୨ ଜଣ ବ୍ୟକ୍ତି ସେମାନଙ୍କ ପରିବାର ସଦସ୍ୟଙ୍କ ସହ ମହାରାଷ୍ଟ୍ରରୁ ଫେରିଥିଲେ । ତେବେ ଏ ସମ୍ପର୍କରେ ଖବର ଦେବା ପାଇଁ ହେଲପଲାଇନ ନମ୍ବରରେ ଫୋନ କରିଥିଲେ । ଏହି ଘଟଣାକୁ ନେଇ ଉକ୍ତ ପରିବାରରେ କିଛି ଲୋକ ବବଲୁଙ୍କ ସହ ଯୁକ୍ତିତର୍କ କରିଥିଲେ । ପରେ ସେମାନେ ବବୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଉକ୍ତ ଘଟଣାରେ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।