ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ପ୍ରଶଂସାପତ୍ର, ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲା ଓଡ଼ିଶା

ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ପ୍ରଶଂସାପତ୍ର, ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲା ଓଡ଼ିଶା

ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ପ୍ରଶଂସାପତ୍ର, ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲା ଓଡ଼ିଶା
ଭୁବନେଶ୍ୱର - କୃଷି କ୍ଷେତ୍ରରେ ଓଡ଼ିଶା ପୁଣି ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ୨୦୧୬-୧୭ରେ "ସମୂହ ଖାଦ୍ୟଶସ୍ୟ ଉତ୍ପାଦନ'ରେ ଉକ୍ରର୍ଷ ପାଇଁ ଓଡ଼ିଶାକୁ ପ୍ରଶଂସା ପତ୍ର ମିଳିଛି । ଗୁରୁବାର ବେଙ୍ଗାଲୁରୁଠାରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପୁରସ୍କାର ବାବଦକୁ ଏକ ଟ୍ରଫି ସହ ଏକ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ଅତିରିକ୍ତ ମୁଖ୍ୟ ସଚିବ ତଥା କୃଷି ଉତ୍ପାଦନ କମିସନର୍ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିଦେ୍ର୍ଧଶକ ଏମ୍ ମୁଥୁକୁମାର ମଧ୍ୟ ଉପସ୍ଥିତ ଥିଲେ । ପୁରସ୍କାର ପରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସବୁବେଳେ କୃଷି ଓ କୃଷକଙ୍କ ବିକାଶକୁ ଗୁରୁତ୍ୱ ଦେଇଛନ୍ତି । କୃଷି ପାଇଁ ସ୍ୱତନ୍ତ୍ର ବଜେଟ୍ ପ୍ରସ୍ତୁତ କରାଯାଉଛି । ୨୦୨୦ରେ ନୂଆ କୃଷି ନୀତି "ସମୃଦ୍ଧି-୨୦୨୦' ପ୍ରଣୟନ କରାଯାଇଛି । ଏଥିରେ ବଜାର ସଂଯୋଗ, ଅଧିକ ଶସ୍ୟ ଉତ୍ପାଦନ, କୃଷିର ବିକାଶ ଓ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ବିଜ୍ଞାନ ଓ କାରୀଗରି କୌଶଳର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ଆଗାମୀ ଦିନରେ ଓଡ଼ିଶା ସମୂହ ଖାଦ୍ୟଶସ୍ୟ ଉତ୍ପାଦନରେ ଆହୁରି ସଫଳ ହେବ ।