ଜିତେନ୍ଦ୍ର ମିଶ୍ରଙ୍କ ଫିଲ୍ମ "ଦ ଲାଷ୍ଟ୍ କଲର୍' ଓସ୍କାର ଦୌଡ଼ରେ

ଜିତେନ୍ଦ୍ର ମିଶ୍ରଙ୍କ ଫିଲ୍ମ "ଦ ଲାଷ୍ଟ୍ କଲର୍' ଓସ୍କାର ଦୌଡ଼ରେ

ଜିତେନ୍ଦ୍ର ମିଶ୍ରଙ୍କ ଫିଲ୍ମ "ଦ ଲାଷ୍ଟ୍ କଲର୍' ଓସ୍କାର ଦୌଡ଼ରେ
ଟିଟିଲାଗଡ଼ - ନୂଆବର୍ଷର ପ୍ରାରମ୍ଭରେ ଟିଟିଲାଗଡ଼ବାସୀଙ୍କ ପାଇଁ ଖୁସି ଖବର ଆଣି ଦେଇଛନ୍ତି ଏହି ମାଟିର ପୁଅ ଫିଲ୍ମ ନିର୍ମାତା ଜିତେନ୍ଦ୍ର ମିଶ୍ର । ୨୦୧୯ରେ ଜିତେନ୍ଦ୍ରଙ୍କ ପ୍ରଯୋଜିତ ଫିଚର ଫିଲ୍ମ "ଦ ଲାଷ୍ଟ୍ କଲର୍' ଓସ୍କାର ଦୌଡ଼ରେ ସାମିଲ ହୋଇଛି । ଏହି ସିନେମାର ଲେଖକ ଏବଂ ନିର୍ଦେଶକ ହେଉଛନ୍ତି ସୁପ୍ରସିଦ୍ଧ ସେଫ୍ ବିକାଶ ଖାନ୍ନା । ସିନେମାରେ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ନୀନା ଗୁପ୍ତା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଭାରତୀୟ ସମାଜରେ ବିଧବାମାନଙ୍କ ପ୍ରତି ରହିଥିବା ଅନ୍ଧବିଶ୍ୱାସ, କୁସଂସ୍କାର ଓ ଅନ୍ୟାୟ ବିରୋଧରେ ଏହି ସିନେମା ସ୍ୱର ଉତ୍ତୋଲନ କରିଛି । ରଙ୍ଗହୀନ ବିଧବାମାନଙ୍କ ଜୀବନରେ ରଙ୍ଗ ଭରିଦେବା ପାଇଁ ଏହି ସିନେମା ଜାଗରଣ ସୃଷ୍ଟି କରିଛି । ସୂଚନାଥାଉ କି, ଏହି ସିନେମା ଅନ୍ତର୍ଜାତୀୟ ସ୍ତରରେ ୫୦ଟି ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଛି ।