ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ଲକ୍ଷ୍ନୌ: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଗିରଫ ହୋଇଛନ୍ତି। ଲଖିମପୁର ଖେରିରେ ଚାଷୀଙ୍କୁ ଗାଡ଼ି ଚଢାଇ ଗୁଳି ଫୁଟାଇ ଫେରାର ହୋଇଯାଇଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ଶନିବାର ଦୀର୍ଘ ସମୟର ପଚରା ଉଚରା ପରେ ତାଙ୍କୁ ଗିରଫ କରାଯାଇଥିବା କୁହାଯାଇଛି।   ଶୁକ୍ରବାର କ୍ରାଇମବ୍ରାଞ୍ଚର ନୋଟିସ ପରେ ଶନିବାର ହାଜର ହୋଇଥିଲେ ଆଶିଷ ମିଶ୍ରା  । ଚାଷୀଙ୍କୁ ହତ୍ୟା କରିଥିବାନେଇ ଗୋଟେପଟେ ସମଗ୍ର ଦେଶରେ ଆନ୍ଦୋଳନର ନିଆଁ କୁହୁଳୁଥିବା ବେଳେ ଗିରଫ ନେଇ ବିଭିନ୍ନ ଦିଗରୁ ଚାପ ପଡିଥିଲା  । ଆଶିଷ ମିଶ୍ରା ଗିରଫ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ସାହାରନପୁର ଡିଆଇଜି ଉପେନ୍ଦ୍ର ଅଗ୍ରୱାଲ  ।

ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଆଶିଷ ମିଶ୍ରାଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ପଚରା ଉଚରା ଜାରି ରଖିଥିଲା  । କିନ୍ତୁ ସାହାରନପୁର ଡିଆଇଜିଙ୍କ କହିବା ମୁତାବକ ଦୀର୍ଘ ୧୨ ଘଣ୍ଟାର ତଦନ୍ତ ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ତଦନ୍ତକାରୀ ଟିମକୁ ସହଯୋଗ କରିନଥିଲେ  । ଅନେକ ପ୍ରଶ୍ନର ଉଚ୍ଚର ମଧ୍ୟ ଦେଇନଥିଲେ  । ଆଶିଷ ମିଶ୍ରାଙ୍କ ସମ୍ପୃକ୍ତି ରହିଥିବା କ୍ରାଇମବ୍ରାଞ୍ଚର ଏହି ତଦନ୍ତକାରୀ ଟିମ ଜାଣିବାକୁ ପାଇଥିଲା  । ପରେ ଆଇନ ମୁତାବକ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଥିବା କହିଛନ୍ତି ସାହାରନପୁର ଡିଆଇଡି ଉପେନ୍ଦ୍ର ଅଗ୍ରୱାଲ  ।