ଗୁଣି ଗାରେଡ଼ି ସନ୍ଦେହରେ ବୀଭତ୍ସ ହତ୍ୟା
ଗୁଣି ଗାରେଡ଼ି ସନ୍ଦେହରେ ବୀଭତ୍ସ ହତ୍ୟା
ରାଇରଙ୍ଗପୁର: ଗୁଣି ଗାରେଡ଼ି ସନ୍ଦେହରେ ଘଟିଯାଇଛି ବୀଭତ୍ସ ହତ୍ୟା। ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ସଂଘଟିତ ହୋଇଛି ଲୋମଟାଙ୍କୁରା ହତ୍ୟାକାଣ୍ଡ। ଘଟଣାସ୍ଥଳରେ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ତ୍ରୀ ଗୁରୁତର ଅଛନ୍ତି। ସ୍ୱାମୀ, ସ୍ତ୍ରୀ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଉଭୟଙ୍କୁ ଟାଙ୍ଗିଆରେ ହାଣି ଦେଇଛନ୍ତି ଦୁର୍ବୃତ୍ତ।
ମୃତକ ହେଲେ ବହଳଦା ଥାନା ଗମ୍ଭାରିଆ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ମାନସିଂ ସୋରେନ (୫୨) । ତାଙ୍କ ସ୍ତ୍ରୀ ସାଲହୋମଣିଙ୍କୁ ସଂକଟାପନ୍ନ ଅବସ୍ଥାରେ ବାରିପଦା ପିଆରଏମ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।




admin 