ସଂସଦର ଶୀତ କାଳୀନ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ
ସଂସଦର ଶୀତ କାଳୀନ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକର ଅଧ୍ୟକ୍ଷତା କିରବେ। ଅଧିବେଶନର ଏଜେଣ୍ଡା ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟାପାର ଉପରେ ଆଲୋଚନା ହେବ।
ଅନ୍ୟପଟେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ମଧ୍ୟ ଶୀତ ଅଧିବେଶନର ନେଇ ଆଜି ସନ୍ଧ୍ୟାରେ ଏକ ବୈଠକ ଡାକିଛନ୍ତି। ଏଥିରେ ସମସ୍ତ ରାଜ୍ୟସଭା ସାଂସଦ ଉପସ୍ଥିତ ରହିବେ। ତେବେ ଏହା ହେଉଛି ୧୭ତମ ଲୋକସଭାର ସପ୍ତମ ଅଧିବେଶନ । ଅଧିବେଶନର ଉଦଘାଟନୀ ଦିନ ରାଜନୈତିକ ଦୃଷ୍ଟିରୁ ମହତ୍ବପୂର୍ଣ୍ଣ ରହିବ । କାରଣ ପ୍ରଥମ ଦିନରେ କୃଷି ଆଇନ ପ୍ରତ୍ୟାହାର ବିଲ୍, ୨୦୨୧ ପ୍ରଣୟନ କରିବାକୁ ଯାଉଛନ୍ତି ସରକାର । ଆଜି ଏହି ଆଇନ ନେଇ ସାଂସଦମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିପାରନ୍ତି । ବୈଠକରେ ସମସ୍ତ ନେତାଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି ।ପ୍ରକାଶ ଥାଉକି, ୩ଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର କ୍ୟାବିନେଟରେ ବିଲ୍ ଅନୁମୋଦନ ହୋଇଛି । ଆସନ୍ତାକାଲି ଶୀତ ଅଧିବେଶନରେ ଏହା ଲୋକସଭାରେ ବିଧିବଦ୍ଧ ଭାବେ ପାରିତ ହୋଇପାରେ ।




admin 