ଗୃହରେ ପୁଣି ଧାନକିଣା ତାତି

ଗୃହରେ ପୁଣି ଧାନକିଣା ତାତି

ଗୃହରେ ପୁଣି ଧାନକିଣା ତାତି
ଭୁବନେଶ୍ୱର: ବିଧାନସଭାରେ ପୁଣି ଉଠିଲା ଧାନକିଣା ପ୍ରସଙ୍ଗ । ଧାନକିଣା ପ୍ରସଙ୍ଗ ନେଇ ଗୃହରେ ତାତି ଲାଗି ରହିଛି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ବିଧାଦସଭାରେ ନରସିଂହ କହିଲେ ଯେ, ୧୪ ଲକ୍ଷ ୭୨ ହଜାର ଚାଷୀ ଧାନ କିଣିବାକୁ ପଞ୍ଜୀକରଣ କରିଥିଲେ , ତେବେ କିଭଳି ୩୪ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦେଲେ? ପଞ୍ଜୀକୃତ ୨ଲକ୍ଷ ୮୦ ହଜାର ଚାଷୀ ଧାନ ବିକ୍ରି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି । ଯଦି ସେମାନେ ଯୋଗ୍ୟ ନୁହନ୍ତି କାହିଁକି ମାମଲା ରୁଜୁ ହେଉନାହିଁ । କେନ୍ଦ୍ରର ଧାର୍ଯ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପାଉନାହାନ୍ତି । ରାଜ୍ୟ ସରକାର ଚାଷୀଙ୍କୁ ୧୮୬୮ ଟଙ୍କା ଦେବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଦାବି କଲେ ନରସିଂହ ।