ଗ୍ୟାଙ୍ଗଷ୍ଟର ସେକ ହାଇଦର ଫେରାର ହେବା ପଛରେ ଏହି ବ୍ୟକ୍ତିମାନଙ୍କର ହାତ ରହିଛି !

ଗ୍ୟାଙ୍ଗଷ୍ଟର ସେକ ହାଇଦର ଫେରାର ହେବା ପଛରେ ଏହି ବ୍ୟକ୍ତିମାନଙ୍କର ହାତ ରହିଛି !

ଗ୍ୟାଙ୍ଗଷ୍ଟର ସେକ ହାଇଦର ଫେରାର ହେବା ପଛରେ ଏହି ବ୍ୟକ୍ତିମାନଙ୍କର ହାତ ରହିଛି !
କଟକ: ଗ୍ୟାଙ୍ଗଷ୍ଟର ସେକ ହାଇଦର ଫେରାର ହେବା ପଛରେ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ସାମନାକୁ ଆସିଛି । ଯେଉଁଦିନ ଏହି ଘଟଣା ଘଟିଥିଲା, ସେହିଦିନ ସର୍ଜରି ବିଭାଗର ସିସି କ୍ୟାମେରା ସୁଇଚ ବନ୍ଦ କରି ଦିଆଯାଇଥିଲା । ସେହି ସର୍ଜରି ବିଭାଗର ୫ ନମ୍ବର କ୍ୟାବିନରେ ଚିକିତ୍ସିତ ହେଉଥିଲା ହାଇଦର । ସବୁଦିନ ସିସି କ୍ୟାମେରା ଚାଲୁଥିବା ବେଳେ ସେଦିନ କାହିଁକି ଓ କେମିତି ବନ୍ଦ ରହିଥିଲା, ତାହାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରୀ ବ୍ୟବସ୍ଥା ଅନୁସାରେ, ରୋଗୀ ଗୁରୁତର ଥିଲେ ଡାକ୍ତରଙ୍କ ଅନୁମୋଦନ ପତ୍ର ଅନୁସାରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କ୍ୟାବିନ ପାଇଁ ଆବେଦନ କରାଯାଇଥାଏ । କିନ୍ତୁ ହାଇଦର କ୍ଷେତ୍ରରେ ସବୁ କିଛି ଆଗୁଆ ବୁକିଂ ହୋଇସାରିଥିଲା । ହାଇଦର ପହଞ୍ଚିବା ମାତ୍ରେ ହିଁ କ୍ୟାବିନ ପ୍ରସ୍ତୁତ ହୋଇସାରିଥିଲା । ହାଇଦର ଏସସିବିରେ ଜଣେ ବରିଷ୍ଠ ଡାକ୍ତରଙ୍କ ପାଖରେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲା । ଉକ୍ତ ଡାକ୍ତରଙ୍କ ସୁପାରିସରେ ଅତି ଜରୁରୀ ରୋଗରେ ଆକ୍ରାନ୍ତ ନ ହୋଇ ବି ହାଇଦର ୧୯ ଦିନ ଧରି କ୍ୟାବିନରେ ଭିଆଇପି ସେବା ପାଇଁ ଆସୁଥିଲା ବୋଲି ଜଣାପଡ଼ିଛି ।