ଜମ୍ବୁ ବାଟ ଦେଇ ବଙ୍ଗୋପସାଗରରେ ବୋଟରେ ବାଂଲାଦେଶ ପଳାଇଛି ହାଇଦର !

ଜମ୍ବୁ ବାଟ ଦେଇ ବଙ୍ଗୋପସାଗରରେ ବୋଟରେ ବାଂଲାଦେଶ ପଳାଇଛି ହାଇଦର !

ଜମ୍ବୁ ବାଟ ଦେଇ ବଙ୍ଗୋପସାଗରରେ ବୋଟରେ ବାଂଲାଦେଶ ପଳାଇଛି  ହାଇଦର !
କଟକ: ଗ୍ୟାଙ୍ଗଷ୍ଟର ହାଇଦର ଓ ତା’ର ପରିବାର ଲୋକ କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ବାଟ ଦେଇ ବଙ୍ଗୋପସାଗରରେ ବୋଟରେ ବାଂଲାଦେଶ ଚାଲିଯାଇଛନ୍ତି । କିମ୍ବା ସପରିବାର ବାଂଲାଦେଶ ଚାଲିଯିବା ପାଇଁ ଯୋଜନା କରୁଛନ୍ତି । ଏହିଭଳି ଖବର ହସ୍ତଗତ ହେବା ପରେ କଟକ କମିସନରେଟ ପୁଲିସର ଏକ ଟିମ ଜମ୍ବୁର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି । ଜଳେଶ୍ୱର ଅଞ୍ଚଳରେ ଆଉ ଏକ ପୁଲିସ ଟିମ ଛାନଭିନ ଜାରି ରଖିଛି । ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟର ହାଇଦର ବଡ଼ ମେଡିକାଲରୁ ଅପରାହ୍ନ ପ୍ରାୟ ୪ଟାରୁ ୪ଟା ୩୦ ଭିତରେ ଯାଇଥିବା ବେଳେ କମିସନରେଟ ପୁଲିସ ରାତି ପ୍ରାୟ ୭ଟା ବେଳକୁ ଖବର ପାଇଥିଲା । ଏହି ସମୟ ଭିତରେ ହାଇଦରକୁ ଖସିଯିବାକୁ ପରୋକ୍ଷରେ ଏକ ପ୍ରକାର ସୁଯୋଗ ଦିଆଯାଇଥିବା କୁହାଯାଉଛି । ବଡ଼ ମେଡିକାଲକୁ ଶନିବାର ଆସିଥିବା ହାଇଦରର ମଝିଆ ପୁଅ ଆଝାରୁଦ୍ଧିନ ସମେତ ଭାଇ କାଳିଆ, ପୁତୁରା କାଲା, ଶାଳକ ଗୋରା ଏବଂ ସାନ ଜ୍ୱାଇଁଙ୍କ ମୋବାଇଲ ପାଖାପାଖି ୪ଟା ୩୦ ବେଳେ ମଙ୍ଗଳବାଗ ଅଞ୍ଚଳରେ ହିଁ ସୁଇଚ ସୁଇଚ ଅଫ ହୋଇଛି । ତା ପରଠାରୁ ସେମାନଙ୍କ ମୋବାଇଲ ଆଉ ଖୋଲାଯାଇ ନାହିଁ । ଏବେ ହାଇଦରର ବଡ଼ ପୁଅ ସେକ ମୁନ୍ନା ଜେଲରେ ଥିବା ବେଳେ ବାହାରେ ଥିବା ମଝିଆ ପୁଅ ସେକ ଆଝାରୁଦ୍ଧିନ, ସାନ ପୁଅ ସେକ ବୁନ୍ନେଇ, ଭାଇ, ପୁତୁରା, ସଳା ଓ ସାନ ଜ୍ୱାଇଁଙ୍କ ପତ୍ତା ମିଳୁନାହିଁ । ହାଇଦର ସହିତ ଏମାନେ ଥିବା ବେଳେ ଅଧାରାସ୍ତାରୁ ଅଲଗା ଅଲଗା ହୋଇ ବାଂଲାଦେଶ ଆଡକୁ ଯାଇଥିବା କୁହାଯାଉଛି । ପୁଲିସର ଆଉ ଚାରଟି ଟିମ କୋଲକାତା ସମେତ ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଯାଇଥିବା ସୂଚନା ମିଳିଛି ।