ଧର୍ମ ନାମରେ ଭୋଟ ଭିକ୍ଷା ମମତାଙ୍କୁ ପଡିଲା ମହଙ୍ଗା, ଏହା ପରେ କଣ ହେଲା ଜାଣନ୍ତୁ

ଧର୍ମ ନାମରେ ଭୋଟ ଭିକ୍ଷା ମମତାଙ୍କୁ ପଡିଲା ମହଙ୍ଗା, ଏହା ପରେ କଣ ହେଲା ଜାଣନ୍ତୁ

ଧର୍ମ ନାମରେ ଭୋଟ ଭିକ୍ଷା ମମତାଙ୍କୁ ପଡିଲା ମହଙ୍ଗା, ଏହା ପରେ କଣ ହେଲା ଜାଣନ୍ତୁ
କୋଲକାତା: ଧର୍ମ ନାମରେ ଭୋଟ ଭିକ୍ଷା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପି୍ରମୋ ମମତା ବାନାର୍ଜୀଙ୍କ ଉପରେ ନିର୍ବାଚନ କମିସନ ପ୍ରଚାର କଟକଣା ଜାରି କରିଛନ୍ତି । ୧୨ ତାରିଖ ରାତି ୮ ଟାରୁ ୧୩ ତାରିଖ ରାତି ୮ଟା ୨୪ ଘଣ୍ଟା ପର୍ଯ୍ୟନ୍ତ ମମତା କୌଣସି ନିର୍ବାଚନ ପ୍ରଚାର କରିପାରିବେ ନାହିଁ ବୋଲି କମିସନ ନିଦେ୍ର୍ଧଶ ଦେଇଛନ୍ତି । ଆଦର୍ଶ ଆଚରଣ ବିଧି ଏବଂ ଲୋକ ପ୍ରତିନିଧି ଆଇନ ୧୯୫୧ ର କେତେକ ଧାରା ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି । କମିସନର ଏହି ନିଦେ୍ର୍ଧଶର ପ୍ରତିବାଦ ଜଣାଇ ଧାରଣା ଦେବେ ବୋଲି ମମତା କହିଛନ୍ତି ।