ଘରୋଇ କଳିରୁ ନିଷ୍ଠୁର ବାପା ନିଜ ଜନ୍ମକଲା ପୁଅକୁ ଗଳାକାଟି ହତ୍ୟା କଲା

ଘରୋଇ କଳିରୁ ନିଷ୍ଠୁର ବାପା ନିଜ ଜନ୍ମକଲା ପୁଅକୁ ଗଳାକାଟି ହତ୍ୟା କଲା

ଘରୋଇ କଳିରୁ ନିଷ୍ଠୁର ବାପା ନିଜ ଜନ୍ମକଲା ପୁଅକୁ ଗଳାକାଟି ହତ୍ୟା କଲା
ଭଦ୍ରକ ସିଟି: ଭଦ୍ରକ ସହର ରାଜଘାଟ ଶନି ମନ୍ଦିର ନିକଟରେ ରବିବାର ଅଘଟଣ ଘଟିଛି । ଘରୋଇ କଳିରୁ ନିଷ୍ଠୁର ବାପା ନିଜ ଜନ୍ମକଲା ପୁଅକୁ ଗଳାକାଟି ହତ୍ୟା ଉଦ୍ୟମ କରିଛି । ପୁଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଏମିତି ନାରକୀୟ କାଣ୍ଡ ଭିଆଇଥିବା ବାପା ହେଉଛି ଟୁକୁନା ମୁଖୀ । ମାତ୍ର ତାଙ୍କ ପୁଅର ନାମ ଜଣାପଡ଼ିନି । ସୂଚନା ଅନୁସାରେ ରବିବାର ଅପରାହ୍ନ ପ୍ରାୟ ଗୋଟାଏ । ସଟଡାଉନ ଯୋଗୁଁ ଭଦ୍ରକ ସହର ଶନି ମନ୍ଦିର ଛକ ନିକଟରେ ଟାଉନ ଥାନା ଅଧିକାରୀ ଚନ୍ଦନ ଘଡେ଼ଇ ଯାଞ୍ଚ କରୁଥିଲେ । ଏତିକିବେଳେ ଟୁକୁନା ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେହି ରାସ୍ତା ଦେଇ ଯାଉଥିଲା । ଏହା ଦେଖି ପୁଲିସ ଅଧିକାରୀ ତାକୁ ଅଟକାଇ ରକ୍ତ ଜୁଡୁବୁଡୁ ସମ୍ପର୍କରେ ପଚାରିଥିଲେ । ତେବେ ତା ବେକକୁ ତା ପୁଅ କାଟି ଦେଇଥିବା ସେ ସଫେଇ ଦେଇଥିଲା । ଏତିକିବେଳେ କେତେକ ଲୋକ ସେଠାରେ ପହଞ୍ଚି ନିଜ ପୁଅର ବେକକୁ ଟୁକୁନା ଧାରୁଆ କାଚରେ କାଟି ଦେଇଥିବା ସୂଚନା ଦେଇଥିଲେ । ଫଳରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶନି ମନ୍ଦିର ନିକଟ କଂଗ୍ରେସ ଭବନ ସମ୍ମୁଖରେ ପଡିଥିବା ରକ୍ତ ଜୁଡୁବୁଡୁ ପୁଅକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ଅଭିଯୁକ୍ତ ବାପା ଟୁକୁନାକୁ ଥାନାକୁ ଆଣି ପୁଲିସ ଅଟକ ରଖିଥିବା ଜଣାଯାଇଛି ।