ଆନନ୍ଦବଜାରରେ ଅଭାବନୀୟ ପରିସ୍ଥିତି, ବସ୍ତିରେ ବଣ୍ଟା ହେଲା ମହାପ୍ରସାଦ

ଆନନ୍ଦବଜାରରେ ଅଭାବନୀୟ ପରିସ୍ଥିତି, ବସ୍ତିରେ ବଣ୍ଟା ହେଲା ମହାପ୍ରସାଦ

ଆନନ୍ଦବଜାରରେ ଅଭାବନୀୟ ପରିସ୍ଥିତି, ବସ୍ତିରେ ବଣ୍ଟା ହେଲା ମହାପ୍ରସାଦ
ପୁରୀ: ଆନନ୍ଦବଜାରରେ ଅଭାବନୀୟ ପରିସ୍ଥିତି ଲାଗି ରହିଛି । ଦୁଇ ଦିନରେ ସଟଡାଉନ ମହାପ୍ରସାଦ ବିତରଣରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ରବିବାର ଅନ୍ତତଃ ୬୦ ହଜାର ଲୋକଙ୍କ ପାଇଁ ବିକି୍ର ଅବଢ଼ା ପ୍ରସ୍ତୁତ ହେଉଥିଲା । ରବିବାର ଭକ୍ତ, ସହରବାସୀ ତଥା ସେବାୟତଙ୍କୁ ମିଶାଇ ଦୁଇ ଶହ ଲୋକଙ୍କ ପାଇଁ ଅବଢ଼ା ହୋଇଥିଲା । ତାହା ବି ବିକି୍ର ହୋଇନଥିଲା । ବଳକା ମହାପ୍ରସାଦକୁ ଅନାଥ ଆଶ୍ରମକୁ ଦିଆଯାଇଥିଲା । ସେତେବେଳକୁ ଆଶ୍ରମ ଅନ୍ତେବାସୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇ ସାରିଥିଲା । ତେଣୁ ଆଶ୍ରମ ପରିଚାଳକ ପ୍ରସାଦ ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଶେଷରେ ହରଚଣ୍ଡୀ ସାହି ନୋଳିଆ ବସ୍ତିରେ ମହାପ୍ରସାଦ ମାଗଣା ବଣ୍ଟନ ହୋଇଥିଲା । ରବିବାର ସ୍ଥିତିକୁ ଦେଖି ସୁପକାରମାନେ କହିଛନ୍ତି ୫ ତାରିଖରୁ ଆରମ୍ଭ ହେବ ଲକଡାଉନ । ପରିସ୍ଥିତି ଆହୁରି ବିଗିଡିବ । ହାଣ୍ଡି ନାହିଁ କି ଭକ୍ତ ମରୁଡ଼ି ପଡିଯାଇଛି । ଯାତ୍ରୀ ତ ଆସିବେ ନାହିଁ । ମହାପ୍ରସାଦ ବାହାରିବା ବେଳକୁ ଲକଡାଉନ ଲାଗି ଯାଇଥିବ । ଏହି ପୃଷ୍ଠଭୂମିରେ ସୁପକାରମାନେ ଆର୍ଥିକ ସ୍ଥିତି ବିଗିଡିବ । ଆନନ୍ଦ ବଜାରର ଉନ୍ମାଦନା ଆଉ ଦେଖିବାକୁ ମିଳିବ ନାହିଁ । ବର୍ତ୍ତମାନ କେବଳ ପରମ୍ପରା ମୁତାବକ ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତ ହେଉଛି । ତାହା ବି ପାଳିଆ ସେବକମାନେ ସେବାୟତ ଭାଇଙ୍କୁ ବାଣ୍ଟି ଦେଉଛନ୍ତି । କାରଣ କୋଠ ଭୋଗ ଚାହୁଁଥିବା ଭକ୍ତମାନେ ମନ୍ଦିର ଆସୁନାହାନ୍ତି । କିଣାବିକା ବି ଭକ୍ତ ନଥିବାରୁ ହେଉନି । ଏଭଳି ଅଭାବନୀୟ ସ୍ଥିତିକୁ ମୁକିଳିବାକୁ ଆମେ ରାସ୍ତା ଖୋଜୁଛୁ ବୋଲି ସୁପକାରମାନେ କହିଛନ୍ତି ।