ଜୁନ ୨୦ ସୁଦ୍ଧା ପ୍ରକାଶ ପାଇବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷା ଫଳ

ଜୁନ ୨୦ ସୁଦ୍ଧା ପ୍ରକାଶ ପାଇବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷା ଫଳ

ଜୁନ ୨୦ ସୁଦ୍ଧା ପ୍ରକାଶ ପାଇବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷା ଫଳ
ଭୁବନେଶ୍ୱର: ଜୁନ ୨୦ ସୁଦ୍ଧା ପ୍ରକାଶ ପାଇବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏ ନେଇ ନିୟମାବଳୀ (ଗାଇଡଲାଇନ) ଜାରି କରିଛି ସିବିଏସଇ । ଗାଇଡଲାଇନ ଅନୁସାରେ ଚଳିତ ମାସ ୫ ତାରିଖ ସୁଦ୍ଧା ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ କରାଯିବ । ସ୍କୁଲ ଅଧ୍ୟକ୍ଷ ଓ ଅନ୍ୟ ୭ ଶିକ୍ଷକଙ୍କୁ ନେଇ ଏହି କମିଟି ଗଢ଼ା ହେବ । ୭ ଶିକ୍ଷକଙ୍କ ମଧ୍ୟରୁ ୫ ଜଣ ନିଜ ସ୍କୁଲର ଏବଂ ଅନ୍ୟ ୨ ଜଣ ପାଖ ସ୍କୁଲକୁ ଆସିବେ । ବର୍ଷ ସାରା ହୋଇଥିବା ପରୀକ୍ଷା ଆଧାରରେ ୮୦ ମାର୍କର ମୂଲ୍ୟାୟନ ହେବ ।ଅବଶିଷ୍ଟ ୨୦ ମାର୍କର ମୂଲ୍ୟାୟନ ଇଣ୍ଟରନାଲ ଆସେସମେଣ୍ଟରୁ ନିର୍ଦ୍ଧାରଣ କରାଯିବ । ଜୁନ ୫ ସୁଦ୍ଧା ପରୀକ୍ଷା ଆଧାରରେ ୮୦ ମାର୍କର ମୂଲ୍ୟାୟନ ତାଲିକା ସିବିଏସଇକୁ ପଠାଯିବ । ଜୁନ ୧୧ ସୁଦ୍ଧା ଇଣ୍ଟରନାଲ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ । କୋଭିଡ ପାଇଁ ଗତ ମାସରେ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଥିଲା । ତେବେ ସେମାନେ କେଉଁ ଆଧାରରେ ଏକାଦଶକୁ ଯିବେ ସେ ନେଇ ବୋର୍ଡ ନିୟମାବଳୀ ପ୍ରସ୍ତୁତ କରିଛି ।