ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ଅଛି
ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ଅଛି
admin
May 3, 2021 - 12:21
Updated: May 3, 2021 - 12:21
ନୂଆଦିଲ୍ଲୀ:କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ଓ ଗୃହ ମନ୍ତ୍ରାଳୟର ପ୍ରେସମିଟ କରିଛନ୍ତି । ୧୨ ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି । ୧୭ ରାଜ୍ୟରେ ୫୦ ହଜାରରୁ କମ୍ ସକ୍ରିୟ କେସ୍ ରହିଛି । କିଛି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ଛତିଶଗଡ, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡଖଣ୍ଡ, ପଞ୍ଜାବ, ଉତର ପ୍ରଦେଶ ଓ ତେଲେଙ୍ଗାନାରେ ବି ସଂକ୍ରମଣ କମିଛି । ଆସାମ, ବିହାର, କେରଳ, ରାଜସ୍ଥାନ, ପଶ୍ଚିମବଙ୍ଗରେ ସଂକ୍ରମଣ ସଂଖ୍ୟା ବଢୁଛି । ଦେଶରେ କରୋନା ଜନିତ ମୃତୁ୍ୟହାର ୧.୧୦ ପ୍ରତିଶତ ରହିଛି । ଗ୍ୟାସୀୟ ଅକ୍ସିଜେନକୁ ମେଡିକାଲ କରିବାକୁ ବିଚାର ଚାଲିଛି । ଦେଶରେ ୧୫୦୦ଟି ପ୍ଲାଂଟ ପାଇଁ ଚାଲୁ ରହିଛି । ଅକ୍ସିଜେନ ଉପôାଦନ ଓ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି । ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ଅଛି, ଭୟଭୀତ ହୁଅନ୍ତୁ ନାହିଁ । ଅଗଷ୍ଟରେ ଦେଶରେ ୫୭୦୦ ମେଟି୍ରକ ଟନ୍ ଅକ୍ସିଜେନ ଥିଲା । ବର୍ତମାନ ପ୍ରାୟ ୯ ହଜାର ମେଟି୍ରକ ଟନ୍ ଅକ୍ସିଜେନ ଆମ ପାଖରେ ଅଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।