ଚନ୍ଦ୍ର ଆକୃତିର ରିସର୍ଟ ନିର୍ମାଣ କରୁଛି ଦୁବାଇ

ଚନ୍ଦ୍ର ଆକୃତିର ରିସର୍ଟ ନିର୍ମାଣ କରୁଛି ଦୁବାଇ

ଚନ୍ଦ୍ର ଆକୃତିର ରିସର୍ଟ ନିର୍ମାଣ କରୁଛି ଦୁବାଇ

ଭବିଷ୍ୟତର ନୂଆ ନୂଆ ଆକର୍ଷଣ ମାମଲାରେ ଦୁବାଇ ଶୀର୍ଷରେ ରହିଛି ।  ଏକାଧିକ ରେକର୍ଡ ମଧ୍ୟ ନିଜ ନାମରେ କରିସାରିଛି  । ବିଶ୍ୱର ସର୍ବୋଚ୍ଚ ଅଟ୍ଟାଳିକା  ଅଦ୍ୱିତୀୟ ବୁର୍ଜ  ଖଲିଫା ପାଇଁ ଖ୍ୟାତି ଅର୍ଜନ କରିସାରିଛନ୍ତି । ରେକର୍ଡ ତାଲିକାରେ ଆଉ ଏକ କୃତିତ୍ୱ ସାମିଲ କରିବାକୁ ଯାଉଛି ଏହି ସହର । ଅନନ୍ୟ ଚନ୍ଦ୍ର ଆକୃତିର ରିସର୍ଟ ନିର୍ମାଣ କରୁଛି ଦୁବାଇ ।  ଏହାକୁ  ଇଞ୍ଜିନିୟରିଂ  ଜଗତର ରତ୍ନ ବୋଲି କୁହାଯାଉଛି । ରିପୋର୍ଟ ଅନୁସାରେ , ଏହି ଅଭିନବ ପ୍ରୋଜେକ୍ଟରେ ୫ ବିଲିଅନ ଡଲାର ଖର୍ଚ୍ଚ ହେବ । କାନାଡାର ସ୍ଥାପତ୍ୟ କମ୍ପାନୀ ମୁନ ର୍ୱର୍ଲଡ ରିସର୍ଟ ଆଇଏନସି. ଏହାର ନିର୍ମାଣ ଦାୟୀତ୍ୱ ହାତକୁ ନେଇଛି ।

  ଏବି ପ୍ରୋଜେକ୍ଟର ମୁନ ଦୁବାଇ ନାମରେ ସମ୍ବୋଧନ କରାଯାଉଛି । ଏହି ଅବଧାରଣା ପଛରେ  ଥିବା ଦୁଇ ଇଦ୍ୟମୀଙ୍କ ମଧ୍ୟରେ ଅନ୍ୟତମ ମାଇକେଲ ହେଣ୍ଡରସନ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି , ଏଇଟା ଏକ ବିଶାଳ ଓ ଅନନ୍ୟ ଅଟ୍ଟାଳିକା ହେବାକୁ ଯାଉଛି । ଏହାର ଉଚ୍ଚତା ୨୨୪ ମିଟର ଏବଂ ପରିଧି ହେବ ୧୮୯ ମିଟର । ଏଥିରେ ୪ ହଦାର ବିଳାସପୂର୍ଣ୍ଣ ସୁଟ୍ ରହିବ । ଚନ୍ଦ୍ର ପୃଷ୍ଠ ପ୍ରଦର୍ଶିତ ହେବ । ଯାବା ଚନ୍ଦ୍ର ବସ୍ତି ଦ୍ୱାରା ଆବୃତ୍ତି ହେବ । ଏଥିରେ  ମୁଖ୍ୟ ଆକର୍ଷଣ  ବେବ ବିଲାସପୂର୍ଣ୍ଣ ବ୍ୟକ୍ତିଗତ ବାସସ୍ଥଳୀ ସ୍କାଇ ଭିଲ୍ଲା । ଏହା ଅତ୍ୟନ୍ତ ମଜବୁତ ଓ ଦୀର୍ଘସ୍ଥାୟୀ ଉପକରଣ । ଶକ୍ତି ଉପôନ ଲାଗି ଏଥିରେ ସୋଲାର ସେଲ ମଧ୍ୟ ରହିବ ।