ଜନଗଣନା ନେଇ ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା, ଜାଣନ୍ତୁ କ’ଣ
ଜନଗଣନା ନେଇ ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: ଦେଶରେ ଜନଗଣନା ନେଇ ବଡ଼ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ହମିତ ଶାହ। ଆସାମର ଗୌହାଟି ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜନଗଣନା ପରିବର୍ତ୍ତେେ ଇ-ଜନଗଣନା କରାଯିବ ବୋଲି ବଡ଼ ଘୋଷଣା କରିଛନ୍ତି। ଅମ୍ବିଗାଓଁରେ ଜନଗଣନା କେନ୍ଦ୍ର ଉଦ୍ଘାଟନ ଅବସରରେ ଗୃହମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଦେଶରେ ଇ-ଜନଗଣନା ହେବ। ଏହା ହେବା ଦ୍ୱାରା ୧୦୦ ପ୍ରତିଶତ ସଠିକ ଜନସଂଖ୍ୟା ଜଣାପଡିବ। ଦେଶରେ ଆଗାମୀ ୨୦୨୪ ମସିହା ସୁଦ୍ଧା ହେବ ଇ-ଜନଗଣନା। ଏହା ଫଳରେ ୧୦୦ ପ୍ରତିଶତ ସଠିକ୍ ଜନସଂଖ୍ୟା ଜଣାପଡିବ। ଜନ୍ମଠାରୁ ମୃତ୍ୟୁ ପର୍ୟ୍ୟନ୍ତ ବାସ୍ତବ ଜନସଂଖ୍ୟାର ସଠିକ୍ ତଥ୍ୟ ମିଳିପାରିବ। ଏହାଦ୍ବାରା ପ୍ରତି ୧୦ ବର୍ଷରେ କରାଯାଉଥିବା ଜନଗଣନା ଆଉ କରିବାକୁ ପଡିବନି। ଏପରିକି ଏବାବଦରେ ହେଉଥିବା ପ୍ରଭୂତ ଅର୍ଥ ବ୍ୟୟକୁ ମଧ୍ୟ ରୋକାଯାଇପାରିବ। ଗୋଟିଏ ଗୋଟିଏ ବ୍ୟକ୍ତି ଏକାଧିକ ସ୍ଥାନରେ ରହି ହାତଉଥିବା ସରକାରୀ ଯୋଜନାର ଲାଭ ଏବଂ ମତଦାନ ଏହାଦ୍ବାରା ବନ୍ଦ ହୋଇପାରିବ। ଏପରିକି ଏହା ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନଆରସି)କୁ କାର୍ୟ୍ୟକାରୀ କରିବା ଲାଗି ଅଧିକ ପଥ ପରିଷ୍କାର କରିବ। ଦେଶର ବାସ୍ତବ ଜନସଂଖ୍ୟାର ସଠିକ୍ ତଥ୍ୟ ମିଳିବା ଦ୍ବାରା କେନ୍ଦ୍ର ସରକାର ଏହାକୁ ଦୃଷ୍ଟିରେ ରଖି ବିବିଧ କଲ୍ୟାଣକାରୀ ଯୋଜନା କରିପାରିବେ। ଆଗାମୀ ୨୫ ବର୍ଷ ପାଇଁ ଦେଶର ବିକାଶମୂଳକ ଯୋଜନା ପ୍ରସ୍ତୁତ କରାଯିବ।




admin 