ଜାଲରେ ମାଛ ବଦଳରେ ପଡ଼ିଲା ଭୋଟ ବାକ୍ସ

ଜାଲରେ ମାଛ ବଦଳରେ ପଡ଼ିଲା ଭୋଟ ବାକ୍ସ

ଜାଲରେ ମାଛ ବଦଳରେ ପଡ଼ିଲା ଭୋଟ ବାକ୍ସ
ନୟାଗଡ଼: ପୋଖରୀରେ ମାଛ ଧରିବା ପାଇଁ ଜାଲ ପକା ଯାଉଥିଲା । ହେଲେ ଜାଲରେ ମାଛ ବଦଳରେ ପଡ଼ିଲା ଭୋଟ ବାକ୍ସ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ଗାଁ ବ୍ଲକ ଗୋତିସାହି ଗାଁରେ । ପ୍ରକାଶ ଯେ, ଗୋତିସାହି ଗାଁ ନିକଟସ୍ଥ ବିଲ ଭିତରେ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ପୋଖରୀ ଅଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ସେଥିରେ ମାଛ ଚାଷ କରିଥିଲେ । ଆଜି ମାଛ ଧରିବା ପାଇଁ କିଛି ଲୋକଙ୍କ ସହ ସମ୍ପୃକ୍ତ ବ୍ୟକ୍ତି ଜଣକ ଜାଲ ପକାଉଥିଲେ । ତେବେ ଜାଲରେ ଏକ ଭୋଟ ବାକ୍ସ ପଡ଼ିଥିଲା । ଉକ୍ତ ବାକ୍ସଟି ଖାଲି ଅବସ୍ଥାରେ ମିଳିଛି । ତେବେ ନିର୍ବାଚନରେ ବାଲଟ ରଖିବା ପାଇଁ ବ୍ୟବହାର କରାଯାଉଥିବା ବାକ୍ସଟି ଉକ୍ତ ପୋଖରୀରେ କେମିତି ପଡ଼ିଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବାକ୍ସଟିକୁ ଜବତ କରି ଘଟଣାର ତଦନ୍ତ କରୁଛି । ଅନ୍ୟପକ୍ଷରେ ଭୋଟ ବାକ୍ସ ପୋଖରୀରୁ ମିଳିବା ପରେ ବିଗତ ଦିନରେ ନିର୍ବାଚନରେ ଅନିୟମିତତା କରାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।