ଜେଇଇ ମେନ୍-୨ ଫଳ, ଦେବାଶିଷ ଓଡ଼ିଶା ଟପର

ଜେଇଇ ମେନ୍-୨ ଫଳ, ଦେବାଶିଷ ଓଡ଼ିଶା ଟପର

ଜେଇଇ ମେନ୍-୨ ଫଳ, ଦେବାଶିଷ ଓଡ଼ିଶା ଟପର
ଭୁବନେଶ୍ୱର: ଦେଶର ବିଭିନ୍ନ ଇଞ୍ଜିନିୟରିଂ (ବି.ଇ/ବିଟେକ) ପାଠ୍ୟକ୍ରମରେ ନାମଲେଖା ଲାଗି ମାର୍ଚ୍ଚରେ ଅନୁଷ୍ଠିତ ଜେଇଇ ମେନ-୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଭୁବନେଶ୍ୱରସ୍ଥିତ ଓଡିଏମ ପବ୍ଲିକ ସ୍କୁଲର ଛାତ୍ର ଦେବାଶିଷ ପଣ୍ଡା ୯୯.୯୫ ପର୍ସେଣ୍ଟାଇଲ ରଖି ଟପର ହୋଇଛନ୍ତି । ମାର୍ଚ୍ଚ ମାସର ପରୀକ୍ଷା ଲାଗି ସାରା ଦେଶକୁ ୬ ଲକ୍ଷ ୧୯ ହଜାର ୬୩୮ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୧୩ ଜଣ ପରୀକ୍ଷାର୍ଥୀ ୧୦୦ ଏନଟିଏ ସ୍କୋର କରିଛନ୍ତି । ସେମାନେ ହେଲେ, ତେଲେଙ୍ଗାନାର ବିଆରକେ ରେଡ୍ଡୀ, ମଧୁର ଆଦର୍ଶ ରେଡ୍ଡୀ ଓ କେ.ଭି ଆଦିତ୍ୟ, ପଶ୍ଚିମବଙ୍ଗର ବି ମଣ୍ଡଳ, ଦିଲ୍ଲୀ(ଏନସିଟି)ର ସିର୍ଦ୍ଧର୍ଥ କାଲରା, ବିହାରର କୁମାର ସତ୍ୟଦର୍ଶୀ, ରାଜସ୍ଥାନର ଏମ.ଅଗ୍ରୱାଲ ଜେନିଥ ମଲହୋତ୍ରା ଓ ରୋହିତ କୁମାର, ତାମିଲନାଡୁର ଅଶ୍ୱିନୀ ଆବ୍ରାହମ, ମହାରାଷ୍ଟ୍ରର ଏ.ବି ଚାମ୍ବଟ, ବି.ଜି ମକରନ୍ଦ । ବି.ଇ ଓ ବି.ଟେକ ଲାଗି ମାର୍ଚ୍ଚ ୧୬ ରୁ ୧୮ ମଧ୍ୟରେ ୩୩୪ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଥିଲା । ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ଗୁଜରାଟୀ, ଆସାମୀ, ବେଙ୍ଗଲୀ, କନ୍ନଡ, ମାଲାୟାଲମ, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଧୁ ଭାଷାରେ ପରୀକ୍ଷା କରାଯାଇଥିଲା ।