ନିଅାଁ ଜାଳୁଥିଲେ, ଜଳିଗଲେ, ମହୁଲ ଗୋଟାଇବାକୁ ପତ୍ର ପୋଡ଼ୁଥିଲେ ବୃଦ୍ଧା

ନିଅାଁ ଜାଳୁଥିଲେ, ଜଳିଗଲେ, ମହୁଲ ଗୋଟାଇବାକୁ ପତ୍ର ପୋଡ଼ୁଥିଲେ ବୃଦ୍ଧା

ନିଅାଁ ଜାଳୁଥିଲେ, ଜଳିଗଲେ, ମହୁଲ ଗୋଟାଇବାକୁ ପତ୍ର ପୋଡ଼ୁଥିଲେ ବୃଦ୍ଧା
ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କୋଠାଘର ଗ୍ରାମରେ ବୁଧବାର ଅପରାହ୍ନରେ ଘଟିଛି ଅଭାବନୀୟ ଅଘଟଣ । ମହୁଲ ଗୋଟାଇବା ପାଇଁ ଯାଇଥିବା ଜଣେ ୭୦ ବର୍ଷୀୟ ବୃଦ୍ଧା ନିଅାଁରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ବୃଦ୍ଧା ହେଲେ କୋଠାଘର ଗ୍ରାମର ମହେଶ୍ୱର ମହାନ୍ତଙ୍କ ପତ୍ନୀ ରୁକୁଣା । ରୁକୁଣ୍ମୀ ମହାନ୍ତ ଗତ ବୁଧବାର ଅପରାହ୍ନରେ ଘରଠୁ ଦୁଇ ଶହ ମିଟର ଦୂର ନିଜ ବାଡ଼ିରେ ମହୁଲ ଫୁଲ ଗୋଟାଇବା ପାଇଁ ଯାଇଥିଲେ । ଗଛ ମୂଳ ସଫା କରିବା ପାଇଁ ପଡ଼ିଥିବା ଶୁଖିଲା ପତ୍ରକୁ ଗୋଟେଇ ଏକତି୍ରତ କରି ନିଅାଁ ଲଗାଇଥିଲେ । ଏହି ସମୟରେ ଅସାବଧାନତାରୁ ରୁକ୍ମିଣୀଙ୍କ ପିନ୍ଧା ଲୁଗାରେ ନିଅାଁ ଲାଗି ଯାଇଥିଲା । ନିଅାଁ ଲିଭାଇବା ପାଇଁ ଚେଷ୍ଟା କରିବା ସମୟରେ ଜଳୁଥିବା ନିଅାଁ ଗଦା ଉପରେ ପଡ଼ି ଯାଇଥିଲେ । ତାଙ୍କ ପରିବାର ଲୋକେ ଏକ ନିର୍ବନ୍ଧ କାର୍ଯ୍ୟକୁ ଯାଇଥିବାରୁ ରୁକ୍ମିଣୀ ଚିକ୍ରାର କରିଥିଲେ ମଧ୍ୟ କେହି ଶୁଣି ନଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । କିଛି ଘଣ୍ଟା ପରେ ସେହି ଗ୍ରାମର ଜନୈକ ବ୍ୟକ୍ତି ନିଅାଁ ଜଳୁଥିବା ଦେଖି ଘଟଣାସ୍ଥଳରେ ପହଞ୍ଚିଥିଲେ । ରୁକ୍ମିଣୀଙ୍କ ଏଭଳି ଅବସ୍ଥାରେ ଦେଖି ସେ ପାଟଣା ଥାନାକୁ ଖବର ଦେଇଥିଲେ । ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପାଟଣା ଡାକ୍ତରଖାନା ପଠାଇଥିଲା । ଏ ନେଇ ପୁଲିସ ଅପମୃତୁ୍ୟ ମାମଲା ରୁଜୁ କରିଛି ।