ଜ୍ଞାନଦେବ ବେଉରା ପିସିସି ଓବିସି ବିଭାଗର ଅଧ୍ୟକ୍ଷ
ଜ୍ଞାନଦେବ ବେଉରା ପିସିସି ଓବିସି ବିଭାଗର ଅଧ୍ୟକ୍ଷ
ଭୁବନେଶ୍ୱର : କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ଜ୍ଞାନଦେବ ବେଉରା ଓଡ଼ିଶା ପ୍ରଦେଶ କଂଗ୍ରେସ ଓବିସି ବିଭାଗର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଶ୍ରୀ ବେଉରାଙ୍କ ନାମ ସୁପାରିସ କରିଥିଲେ । ଶ୍ରୀମତୀ ଗାନ୍ଧି ସୁପାରିସକୁ ଗ୍ରହଣ କରିବା ପରେ ଶ୍ରୀ ବେଉରାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଓବିସିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଏଆଇସିସି ସାଧାରଣ ସଂପାଦକ ଭେନୁଗୋପାଳ ଏକ ପ୍ରେସ୍ ବିବୃତିରେ ଏହା ଜଣାଇଛନ୍ତି । ଏହା ପୂର୍ବରୁ ଶ୍ରୀ ପଟ୍ଟନାୟକ ରାଜ୍ୟରେ କଂଗ୍ରେସକୁ ସୁଦୃଢ଼ କରିବା ଲାଗି ଦଳରେ ଖାଲିଥିବା ବିଭିନ୍ନ ବିଭାଗର ପଦବି ପୂରଣ ଓ ବିଭିନ୍ନ ବିଭାଗର ପୁନର୍ଗଠନ କରିଛନ୍ତି ।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଦଳକୁ ସୃଧୁଢ କରିବା ପାଇଁ କଂଗ୍ରେସ ଦଳର ଖାଲିଥିବା ବିଭିନ୍ନ ବିଭାଗର ପଦବୀ ପୂରଣ ଏବଂ ବିଭିନ୍ନ ବିଭାଗର ପୁନରଗଠନ ପାଇଁ ଏଆଇସିସି କୁ ସୁପାରିଶ କରିବା ପରେ ଗତ କିଛିଦିନ ତଳେ ରାଜ୍ୟ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ପୁନରଗଠନ କରିବା ସହ ,ରାଜ୍ୟ ସେବାଦଳ ର ନୂତନ ଅଧକ୍ଷ ନିଯୁକ୍ତ କରିଛନ୍ତି। ସେହିପରି ବରିଷ୍ଠ ନେତା ତଥା ରାଜ୍ୟ କଂଗ୍ରେସ ମୁଖପାତ୍ର ଶ୍ରୀ ଜ୍ଞାନଦେଵ ବେଉରାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଓବିସି ବିଭାଗର ଅଧକ୍ଷ ଭାବେ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଦିଆଯାଇଥିବା ସୁପାରିଶକୁ ଗ୍ରହଣ କରି ଆଜି ଶ୍ରୀ ବେଉରାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଓବିସି ବିଭାଗର ଅଧକ୍ଷ ଭାବେ ଭାବେ ନିଯୁକ୍ତି କରାଗଲା ବୋଲି ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀ ଭେନୁଗୋପାଳ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଶ୍ରୀ ବେଉରା ବର୍ତ୍ତମାନ ପିସିସି ମୁଖପାତ୍ର ଭାବେ କଂଗ୍ରେସ ଦଳ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି।




admin 