ଝାରସୁଗୁଡ଼ା ଉପନିର୍ବାଚନ : ଟଙ୍କଧର ତ୍ରିପାଠୀ ବିଜେପି ପ୍ରାର୍ଥୀ
ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପି ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଶ୍ରୀ ତ୍ରିପାଠୀ ପ୍ରାର୍ଥୀ ହେବା ନେଇ ବିଜେପିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।
ପୂର୍ବରୁ ବିଜେଡି ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି । ଶେଷରେ ବୁଧବାର ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଟଙ୍କଧର ବିଜେପିର ପ୍ରାର୍ଥୀ ହେବେ ବୋଲି ପୂର୍ବରୁ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । ମାତ୍ର ବିଧିବଦ୍ଧ ଘୋଷଣା କରାଯାଇ ନ ଥିଲା ।ଦଳ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ପ୍ରାର୍ଥୀ ହେବା ପାଇଁ ସୁଯୋଗ ଦେଇଥିବାରୁ ସେ ଦଳୀୟ ନେତୃବର୍ଗଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ତାଙ୍କ ପ୍ରତି ଦଳ ଦେଖାଇଥିବା ଆଶା ଓ ଭରସା ଅନୁରୂପ କାର୍ୟ୍ୟ କରିବା ସହ ଝାରସୁଗୁଡ଼ାବାସୀଙ୍କ ସର୍ବବିଧ ବିକାଶ ଦିଗରେ ନିଜକୁ ସମର୍ପିତ କରିବେ ବୋଲି ଟଙ୍କଧର କହିଛନ୍ତି ।




admin 