ଭୁବନେଶ୍ୱରରେ ନିଯୁକ୍ତି ପତ୍ର ଦେବେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଆଜି ସାରା ଦେଶରେ ରୋଜଗାର ମେଳା ଅନୁଷ୍ଠିତ ହେବ । ଏହି ମେଳାରେ ୭୧ ହଜାର ଯୁବକଯୁବତୀଙ୍କୁ ମିଳିବ ନିଯୁକ୍ତି ପତ୍ର । ଏହି ଅବସରରେ ଓମଫେଡ୍ ଛକରେ ଥିବା ରେଳ ଅଡିଟୋରିୟମରେ ହେବାକୁ ଥିବା ରୋଜଗାର ମେଳାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ସକାଳ ୧୦ଟାରେ ହେବାକୁ ଥିବା କାର୍ୟ୍ୟକ୍ରମରେ ଶ୍ରୀ ପ୍ରଧାନ ୨୩୬ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ।
ସେହିପରି କଟକରେ ହେବାକୁ ଥିବା କାର୍ୟ୍ୟକ୍ରମରେ ୨୦୪ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।ପୂର୍ବତଟ ରେଳପଥ ଅଧୀନରେ ବିଭିନ୍ନ ସ୍ଥାନରେ ହେବାକୁ ଥିବା ନିଯୁକ୍ତି ମେଳାରେ ସମୁଦାୟ ୨୬୯୭ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ । ୬୩୦ ଜଣଙ୍କୁ ମନ୍ତ୍ରୀଙ୍କ ଦ୍ୱାରା ଏବଂ ୨୦୬୭ ଜଣଙ୍କୁ ଇ-ମେଲରେ ନିଯୁକ୍ତି ପତ୍ର ଦିଆଯିବ । କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ସମ୍ୱୋଧିତ କରିବେ ।




admin 