ଟ୍ରେନ୍ ଭଡ଼ା ୫୧୦, ଖାଇବା ଖର୍ଚ୍ଚ ୧୦୦୦ରୁ ଅଧିକ
ଟ୍ରେନ୍ ଭଡ଼ା ୫୧୦, ଖାଇବା ଖର୍ଚ୍ଚ ୧୦୦୦ରୁ ଅଧିକ
ନୂଆଦିଲ୍ଲୀ : କରୋନା କଟକଣା ସତ୍ତ୍ୱେ ରେଳସେବା ଆରମ୍ଭ ହୋଇଥିଲେ ମଧ୍ୟ ଟ୍ରେନରେ ଖାଇବା ସୁବିଧା ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକ ହୋଇପାରିନାହିଁ । ଦୀର୍ଘ ପଥରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଟ୍ରେନ ଭଡ଼ା ଅପେକ୍ଷା ଖାଇବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି । ଟ୍ରେନରେ ଉପଲବ୍ଧ ହେଉଥିବା ବ୍ରାଣ୍ଡେଡ୍ କଂପାନିମାନଙ୍କର ରେଡି-ଟୁ-ଇଟ ଭୋଜନର ଦର ଅଧିକ ରହିଛି । ଏଥିରେ ମଧ୍ୟ ଯାତ୍ରୀଙ୍କ ପେଟ ଭର୍ତ୍ତି ହେଉ ନାହିଁ । ଦୀର୍ଘ ପଥରେ ଯାତ୍ରା କରୁଥିବା ସ୍ଲିପର ଏବଂ ୨ ଏସ କୋଚରେ ଯାତ୍ରୀମାନଙ୍କୁ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି । ଉଦାହରଣ ସ୍ୱରୂପ ଜାମ୍ମୁ ତୱିରୁ ସମ୍ବଲପୁର ଆସୁଥିବା ୦୮୩୧୦ ଟ୍ରେନରେ ତିନି ଦିନର ଯାତ୍ରା (୨୩୫୧ କିମି) ପାଇଁ ସ୍ଲିପର ଶ୍ରେଣୀରେ ୮୨୫ ଟଙ୍କା ଓ ୨ଏସ ଶ୍ରେଣୀରେ (କେବଳ ବସିବା) ୫୧୦ ଟଙ୍କା ଭଡ଼ା ପଡୁଛି । ଅପରପକ୍ଷେ, ଏହି ତିନି ଦିନରେ ଯାତ୍ରୀମାନଙ୍କୁ ରେଡି-ଟୁ-ଇଟ ମିଲ ପାଇଁ ୧୦୦୦ ଟଙ୍କାରୁ ଅଧିକ ବ୍ୟୟ କରିବାକୁ ପଡ଼ୁଛି । ଟ୍ରେନରେ କେବେ ଠାରୁ ଭୋଜନ ବ୍ୟବସ୍ଥା ହେବ ସେ ନେଇ ଆଇଆରସିଟିସି ପାଖରେ କୌଣସି ଉତ୍ତର ନାହିଁ ।




admin 