ଦିନକୁ ଓଡ଼ିଶାରେ ୩୦ ଦୁର୍ଘଟଣା, ୧୫ ମୃତୁ୍ୟ

ଦିନକୁ ଓଡ଼ିଶାରେ ୩୦ ଦୁର୍ଘଟଣା, ୧୫ ମୃତୁ୍ୟ

ଦିନକୁ ଓଡ଼ିଶାରେ ୩୦ ଦୁର୍ଘଟଣା, ୧୫ ମୃତୁ୍ୟ
ନୂଆଦିଲ୍ଲୀ: ଓଡ଼ିଶାରେ ଦିନକୁ ୩୦ ରୁ ଅଧିକ ଦୁର୍ଘଟଣା ଘଟୁଛି । ପାଖାପାଖି ୧୫ ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି । ଏକଥା ଆମେ କହୁନାହୁଁ । ବରଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଅନ୍ତର୍ଗତ ପରିବହନ ଗବେଷଣା ୱିଙ୍ଗ ପକ୍ଷରୁ ପ୍ରକାଶ ପାଉଥିବା ‘ରୋଡ ଆକ୍ସିଡେଣ୍ଟ ଇନ ଇଣ୍ଡିଆ-୨୦୧୯’ ରିପୋର୍ଟରେ ଏଭଳି ସାଂଘାତିକ ସତ ସାମ୍ନାକୁ ଆସିଛି । ଏହି ରିପୋର୍ଟକୁ ବିଶ୍ଳେଷଣ କଲେ ଦେଖାଯାଉଛି ଯେ ୨୦୧୯ ମସିହାରେ ଓଡ଼ିଶାରେ ସମୁଦାୟ ୧୧,୦୬୪ ଟି ସଡ଼କ ଦୁର୍ଘଟଣା ଘଟିଛି ଏବଂ ଏଥିରେ ସମୁଦାୟ ୫,୩୩୩ ଜଣଙ୍କର ମୃତୁ୍ୟ ହୋଇଛି । ତେବେ ୧୨୦୧୮ ମସିହାରେ ତୁଳନାରେ ଦୁର୍ଘଟଣା ସଂଖ୍ୟା କମ୍‍ ହୋଇଥିଲେ ମଧ୍ୟ ମୃତୁ୍ୟ ସଂଖ୍ୟା ଅଧିକ । ସେହିବର୍ଷ ୧୧,୨୬୨ଟି ଦୁର୍ଘଟଣା ଘଟି ସମୁଦାୟ ୫,୩୧୫ ଜଣଙ୍କର ମୃତୁ୍ୟ ହୋଇଥିଲା । ସଡ଼କ ଦୁର୍ଘଟଣାରେ ଓଡ଼ିଶା ୧୨ ତମ ସ୍ଥାନରେ ରହିଥିବା ରିପୋର୍ଟରୁ ଜଣାପଡ଼ିଛି । ସବୁଠାରୁ ବଡ଼ କଥା ହେଲା, ରିପୋର୍ଟରେ ମଧ୍ୟ ଦୁର୍ଘଟଣାର କାରଣ ଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଓଡ଼ିଶାରେ ଓଭରସ୍ପିଡ ଯୋଗୁଁ ୭,୬୩୨ ଟି ଦୁର୍ଘଟଣା ଘଟିଥିଲା । ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ୧,୦୬୮ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୫୦୭ ଜଣଙ୍କର ମୃତୁ୍ୟ ହୋଇଥିଲା ।