ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ

ଦୁଇ ବାଇକ୍‌ ମୁହାଁମୁହିଁ   ଧକ୍କା, ଜଣେ ମୃତ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରାମପୁର ସ୍ଥିତ ଏଚ୍‌ପି ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାଫଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ଉଲବା ଗାଁର ଭଜ ଧରୁଆ। ଆହତ ଉଲବା ଗାଁର ରାଜେଶ ଭୁଏ, ତୁଲସିଡୁଙ୍ଗୁରିର ଅଜିତ ମାଝି ଓ ବଲଦେବ ଭୋଇଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି।
 ପାଟଣାଗଡ଼ରୁ ଭଜ ଓ ରାଜେଶ ଏକ ବାଇକ୍‌ରେ ନିଜ ଘର ଉଲବାକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଏକ ବାଇକ୍‌ରେ  ଅଜିତ ଓ ବଲଦେବ ଆସୁଥିବା ବେଳେ  ରାମପୁର ସ୍ଥିତ ଏଚ୍‌ପି ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଭଜଙ୍କ ମୃତ୍ୟୁ ଘଟିଥିଲା।

ରାଜେଶ, ଅଜିତ ଓ ବଲଦେବଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଓ ପୁଲିସ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କୁ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସାପରେ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି।