ଦ୍ରୌପଦୀଙ୍କୁ ଅଭିନନ୍ଦନ ଜଣାଇଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍
ଦ୍ରୌପଦୀଙ୍କୁ ଅଭିନନ୍ଦନ ଜଣାଇଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍
ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ନିର୍ବାଚିତା ଦ୍ରୌପଦୀ ମୁର୍ମୁଙ୍କୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଶୁକ୍ରବାର ଦିନ ଅଭିନନ୍ଦନ ଜଣାଇଛନ୍ତି। ଏ ସଂକ୍ରାନ୍ତରେ ଦେଇଥିବା ବିବୃତିର କିଛି ଅଂଶରେ ପୁଟିନ୍ କହିଛନ୍ତି, ଭାରତ ସହିତ ଆମର ସମୃଦ୍ଧ ବାଣିଜ୍ୟିକ ସମ୍ପର୍କ ପ୍ରତି ଆମେ ଅଧିକ ଗୁରୁତ୍ବ ଦେଉ। ରାଷ୍ଟ୍ରର ମୁଖ୍ୟ ହିସାବରେ ଆପଣଙ୍କର କାର୍ୟ୍ୟକଳାପ ରୁଷ୍ ଓ ଭାରତର ବିକାଶ ସଂକ୍ରାନ୍ତ ମତବିନିମୟ, ଆମ ମିତ୍ର ରାଷ୍ଟ୍ରସମୂହଙ୍କ ହିତ ପାଇଁ ବିଭିନ୍ନ କ୍ଷେତ୍ରରେ ସହଯୋଗ ଏବଂ ସୁଦୃଢ଼ ଆନ୍ତର୍ଜାତିକ ସ୍ଥିରତା ଏବଂ ନିରାପତ୍ତା କାର୍ୟ୍ୟକ୍ରମକୁ ଆଗେଇ ନେବ ବୋଲି ଆଶା କରୁଛି।
ସେହିପରି ଶ୍ରୀଲଙ୍କାର ବିରୋଧୀ ରାଜନେତା ଦୁଲାସ୍ ଆଲାହାପ୍ପେରୁମା ଟୁଇଟ୍ କରି କହିଛନ୍ତି, ଅଭିନନ୍ଦନ ମାଡାମ୍ ପ୍ରେସିଡେଣ୍ଟ୍ ଦ୍ରୌପଦୀ ମୁର୍ମୁ। ଭାରତର ସ୍ବାଧୀନତା ପରେ ପ୍ରଥମ ସର୍ବକନିଷ୍ଠା ରାଷ୍ଟ୍ରପତି। ପ୍ରଥମ ଜନଜାତି ସମ୍ପ୍ରଦାୟର ରାଷ୍ଟ୍ରପତି ନିର୍ବାଚିତ କରାଇ ବିଶ୍ବର ସର୍ବ ପୁରାତନ ଜନଜାତିଗତ ଏବଂ ସାଂସ୍କୃତିକ ବିବିଧତା ଥିବା ରାଷ୍ଟ୍ର ଭାରତ ଉଲ୍ଲେଖନୀୟ କୃତ୍ବିତ୍ବ ଲାଭ କରିଛି। ଭାରତର ଦ୍ବିତୀୟ ମହିଳା ରାଷ୍ଟ୍ରପତିଙ୍କୁ ଆନ୍ତରିକ ଶୁଭେଚ୍ଛା।




admin 