ଦ୍ୱିତୀୟ ପର୍ଯ୍ୟାୟରେ ବିହାର ମତଦାନ : ଦିନକରେ ତେଜସ୍ୱୀଙ୍କ ୧୯ ର୍ୟାଲି

ଦ୍ୱିତୀୟ ପର୍ଯ୍ୟାୟରେ ବିହାର ମତଦାନ : ଦିନକରେ ତେଜସ୍ୱୀଙ୍କ ୧୯ ର୍ୟାଲି

ଦ୍ୱିତୀୟ ପର୍ଯ୍ୟାୟରେ ବିହାର ମତଦାନ : ଦିନକରେ ତେଜସ୍ୱୀଙ୍କ ୧୯ ର୍ୟାଲି
ପାଟନା: ନଭେମ୍ବର ୩ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ବିହାର ପ୍ରସ୍ତୁତ ହୋଇ ରହିଛି । ସନ୍ଧ୍ୟାରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହୋଇଥିବା ବେଳେ ଏଥିରେ ୯୪ଟି ଆସନ ପାଇଁ ଭୋଟରମାନେ ୧,୪୬୪ ଜଣ ଆଶାୟୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ତେବେ ମୁଖ୍ୟତଃ ଏହି ପର୍ଯ୍ୟାୟ ବିଜେପି ଓ ଜେଡିୟୁ ପରି ଅଂଶୀଦାର ଥିବା ଏନଡିଏ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତୃତ୍ୱାଧୀନ ମହାମେଣ୍ଟ ପାଇଁ ନିର୍ଣ୍ଣାୟକ ହେବ । ଏହା ମଧ୍ୟ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆରେଜଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁହ ତେଜସ୍ୱୀ ଯାଦବଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବ । ତେଜସ୍ୱୀ ଗୋଟିଏ ଦିନରେ ୧୯ଟି ରାଲି କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ପୂର୍ବରୁ ତାଙ୍କ ପିତା ଲାଲୁ ପ୍ରସାଦ ଦିନକରେ ୧୭ଟି ରାଲି କରି ରେକର୍ଡ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସାମିଲ ହୋଇଥିବା କେନ୍ଦ୍ରୀୟ ବିହାର, ମିଥିଳାଞ୍ଚଳ, ମୁଙ୍ଗେର, ସାରଣ ଓ ତିରହଟ ପରି ଅଞ୍ଚଳରେ ଭୋଟରଙ୍କ ନିଷ୍ପତ୍ତି ଦୁଇଟି କରଣ ପାଇଁ ଗୁରୁତ୍ୱ ବହନ କରୁଛି । ପ୍ରଥମତଃ ଏହି ଅଞ୍ଚଳରେ ରହିଥିବା ସଂଖ୍ୟାଧିକ ଉଚ୍ଚ ଜାତି ବର୍ଗ ଓ ଆର୍ଥିକ ଅନଗ୍ରସର ବର୍ଗ (ଇବିସି)ର ଭୋଟରଙ୍କ ପାଇଁ ଏହା ଏନଡିଏର ଗଡ଼ ଭାବେ ବିବେଚିତ । ମିଥିଳାଞ୍ଚଳ ଓ ତିରହଟ ଇଲାକାରେ ବ୍ରାହ୍ମଣ ଓ ସାରଣରେ ରାଜପୁତମାନେ ଦୀର୍ଘ ବର୍ଷ ଧରି ସ୍ଥାନୀୟ ରାଜନୀତିକୁ ନିଜ ନିୟନ୍ତ୍ରଣରେ ରଖି ଆସିଛନ୍ତି । ସେହିପରି ଗଙ୍ଗାନଦୀ ଉପକୂଳବର୍ତ୍ତୀ ଭାଗଲପୁର, ଖଗାରିଆ, ମୁଙ୍ଗେର ଓ ବୈଶାଳୀ ଆଦି ଜିଲ୍ଲା ସମେତ ଦରଭଙ୍ଗା ଓ ମଧୁବାଣୀ ଜିଲ୍ଲାରେ ବହୁଳ ସଂଖ୍ୟାରେ ନିଶାଦ ସମ୍ପ୍ରଦାୟ(ମଲ୍ଲ-ଇବିସି) ଭୋଟ ରହିଛନ୍ତି ।