ବିହାରରେ ‘ଡବଲ ଯୁବରାଜ’ ବନାମ ‘ଡବଲ ଇଞ୍ଜିନ’: ମୋଦୀ

ବିହାରରେ ‘ଡବଲ ଯୁବରାଜ’ ବନାମ ‘ଡବଲ ଇଞ୍ଜିନ’: ମୋଦୀ

ବିହାରରେ ‘ଡବଲ ଯୁବରାଜ’ ବନାମ ‘ଡବଲ ଇଞ୍ଜିନ’: ମୋଦୀ
ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଉଭୟ ନେତାଙ୍କୁ ‘ଡବଲ ଯୁବରାଜ’ ବୋଲି ସମ୍ବୋଧନ କରିଛନ୍ତି । ବିହାରରେ ‘ଡବଲ ଇଞ୍ଜିନ’ ସରକାର ବନାମ ‘ଡବଲ ଯୁବରାଜ’ ଲଢେ଼ଇ ହେଉଛି । କିନ୍ତୁ ବିହାରବାସୀ ‘ଡବଲ ଯୁବରାଜ’ଙ୍କୁ ପରିତ୍ୟାଗ କରି ‘ଡବଲ ଇଞ୍ଜିନ’ ସରକାରକୁ ବାଛିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିହାରରେ ଅତୀତରେ ଦୁର୍ନୀତିରେ ଲିପ୍ତ ଥିବା ଜଙ୍ଗଲରାଜ ସପକ୍ଷରେ ଥିବା ‘ଡବଲ ଯୁବରାଜ’ ଏବଂ ସୁଶାସନ ଦେଉଥିବା ଏନଡିଏର ‘ଡବଲ ଇଞ୍ଜିନ’ ସରକାର ମଧ୍ୟରୁ ଲୋକେ କାହାକୁ ବାଛିବେ ତାହା ସ୍ଥିର କରି ସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏକଦା ଏଭଳି ‘ଡବଲ ଯୁବରାଜ’ ଉତ୍ତରପ୍ରଦେଶରେ ମେଣ୍ଟ କରି ବିଫଳ ହୋଇଥିଲେ । ତେବେ ପ୍ରଧାନମନ୍ତ୍ରୀ ମୋଦି ପରୋକ୍ଷରେ ଉତ୍ତରପ୍ରଦେଶର ଅଖିଳେଶ ଯାଦବ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଥିଲେ । ଉତ୍ତରପ୍ରଦେଶରେ ଅଖିଳେଶ-ରାହୁଲ ‘ଡବଲ ଯୁବରାଜ’ ଯେପରି ଅସଫଳ ହୋଇଛନ୍ତି ବିହାରରେ ତେଜସ୍ୱୀ-ରାହୁଲ ‘ଡବଲ ଯୁବରାଜ’ ବିଫଳ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।