ଧ୍ୟାନ ଦିଅନ୍ତୁ ଘର ର ବାସ୍ତୁ ଉପରେ
ଧ୍ୟାନ ଦିଅନ୍ତୁ ଘର ର ବାସ୍ତୁ ଉପରେ
ଭୁବନେଶ୍ୱର: ଘରେ ଅଶାନ୍ତି ସୃଷ୍ଟି ହେଲେ ପ୍ରଥମେ ଧ୍ୟାନ ଯାଏ ଘରର ବାସ୍ତୁ ଉପରେ । କେତେଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ । ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଉଥିବ, ରୋଗବ୍ୟାଧି ଲାଗି ରହୁଥିବ ଇତ୍ୟାଦି । କୁହାଯାଏ, ଏସବୁ କୁଆଡେ଼ ବାସ୍ତୁଦୋଷର ଗୋଟିଏ ଗୋଟିଏ ଲକ୍ଷଣ ।
ସେହିପରି ବାରମ୍ବାର ଘରେ ଇଲେକ୍ଟ୍ରୋନିକ୍ସ ଜିନିଷ ଖରାପ ହେବା, କାଚ ଭାଙ୍ଗିବା କିମ୍ବା ଲୁଗାପଟାରେ ନିଆଁ ଝୁଲ ଲାଗିବା ବି କେତେକାଂଶରେ ବାସ୍ତୁଦୋଷର ସୂଚନା ଦେଇଥାଏ । ଯଦି ଆପଣ ବାସ୍ତୁ ଉପରେ ବିଶ୍ୱାସ ରଖୁଥାନ୍ତି ତେବେ ଏହାର ପ୍ରତିକାର କରିପାରନ୍ତି । ହେଲେ ଏହି ସବୁ ଘଟଣା ଯେ, ବାସ୍ତୁଦୋଷ ଯୋଗୁ ହେଉଛି ଆଉ ତାହା କେତେ ସଠିକ୍ ସେକଥା କହିବା ସମ୍ଭବ ନୁହେଁ । ଏସବୁ ତ ମଣିଷର ବିଶ୍ୱାସ ଓ ଅବିଶ୍ୱାସ ଉପରେ ନିର୍ଭର କରିଥାଏ ।




admin 