ନିଶାସକ୍ତ ପୁଅର ନିର୍ଯାତନା ହେଲା ଅସହ୍ୟ, ଟାଙ୍ଗିଆରେ ହାଣିଦେଲେ ବାପା-ମା’

ନିଶାସକ୍ତ ପୁଅର ନିର୍ଯାତନା ହେଲା ଅସହ୍ୟ, ଟାଙ୍ଗିଆରେ ହାଣିଦେଲେ ବାପା-ମା’

ନିଶାସକ୍ତ ପୁଅର ନିର୍ଯାତନା ହେଲା ଅସହ୍ୟ, ଟାଙ୍ଗିଆରେ ହାଣିଦେଲେ ବାପା-ମା’

ଦଶପଲ୍ଲା: ଦଶାମାସ ଦଶଦିନ ଗର୍ଭ ଯନ୍ତ୍ରଣା ସହି ପୁଅକୁ ଜନ୍ମ ଦେଇଥିଲେ। ଲାଳନପାଳନ କରି ଛୋଟରୁ ବଡ଼ କରିଥିଲେ।  ବୃଦ୍ଧକାଳେ ପୁଅ ସାହା ହେବ। ମଲାବେଳେ ମୁହଁରେ ନିଆଁ ଦେବ। ହେଲେ ସେଇ ପୁଅକୁ ହତ୍ୟା କଲା ମା’। ବର୍ଷବର୍ଷ ଧରି ନିର୍ୟାତନାର ଶିକାର ହୋଇ ଆସୁଥିବା ବାପା-ମ’  ଶେଷରେ ଅତି ନୃଶଂସ ଭାବେ ପୁଅକୁ ହତ୍ୟା କଲେ। ଏହି  ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦଶପଲ୍ଲା ସହର ନାହାକପଡ଼ା (ଦଣ୍ଡାସାହି) ଗ୍ରାମର ପଞ୍ଚୁ ବେହେରା (୭୦) ଓ ପନôୀ ସରୋଜିନୀ ବେହେରା (୬୨)ଙ୍କ ପୁଅ ହେଉଛି ବସନ୍ତ ବେହେରା (୪୦) । ୩ଟି ଝିଅରେ ବସନ୍ତ ହେଉଛି ଏକମାତ୍ର ପୁଅ । ହେଲେ ବସନ୍ତକୁ ବାପା-ମା’ ଛୋଟରୁ ବଡ଼ କରିବା ସହ ବିବାହ ଦେଇଥିଲେ । ହେଲେ ରୋଜଗାର କରି ପରିବାର ଚଳାଇବା ପରିବର୍ତ୍ତେ ବସନ୍ତ ନିଶାସକ୍ତ ଅବସ୍ଥାରେ  ପରିବାରରେ ଅଶାନ୍ତି ସୃଷ୍ଟି କରେ। ବାପା-ମାଙ୍କୁ ଅଧିକାଂଶ ସମୟ ମାରପିଟ କରିଥାଏ । ପାଗଳ ଭଳି ଆଚରଣ କରିବା ସହ ଦାଣ୍ଡ ବଜାରରେ ବୁଲି ଚୋରି ସହିତ ବିଭିନ୍ନ ଅସାମାଜିକ କାର୍ୟ୍ୟରେ ମଧ୍ୟ ଲିପ୍ତ ରହେ । ଏଥିରେ ବସନ୍ତର ପତ୍ନୀ ଅତିଷ୍ଠ ଘର ଛାଡ଼ି ଦିଅନ୍ତି। ପ୍ରତିଦିନ ଭଳି ସୋମବାର ରାତିରେ ବସନ୍ତ ଘରକୁ ଯାଇ ବାପା-ମା’ଙ୍କୁ ଗାଳିଗୁଲଜ କରିବା ସହିତ ସେମାନଙ୍କୁ ଘରୁ ପଦାକୁ ବାହାର କରି ଦେଇ ନଥିଲା । ଏଥିରେ ଉଭୟ ସ୍ୱାମୀ-ସ୍ତ୍ରୀ ପୁଅର ଏଭଳି ଆଚରଣରେ ଅତିଷ୍ଠ ଓ ଭୟଭୀତ ହୋଇପଡ଼ିଥିଲେ । ମଙ୍ଗଳବାର ସକାଳେ ପୁଅ ବସନ୍ତ ଘର ବାରଣ୍ଡାରେ ଶୋଇଥିବାବେଳେ ଏହାର ସୁଯୋଗ ନେଇ ବାପା ଏକ ଠେଙ୍ଗାରେ ମୁଣ୍ଡକୁ ଶକ୍ତ ପ୍ରହାର ଦେଇଥିଲେ। ପରେ ମା’ ଏକ ଧାରୁଆ ଟାଙ୍ଗିଆ ସହାୟତାରେ ମୁଣ୍ଡକୁ ୫ ଚୋଟ ଆକ୍ରମଣ କରିଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି । ଅତି ଚତୁରତାର ସହ ପୁଅ ବସନ୍ତ ମୁମୂର୍ଷୁ ଅବସ୍ଥାରେ ଛଟପଟ ହେଉଥିବା ବେଳେ ଘର ସମ୍ମୁଖ ଏକ ଡ୍ରେନରେ ପକାଇଦେଇ ଘରେ ପଡ଼ିଥିବା ରକ୍ତଛିଟାକୁ ଧୋଇ ଦେଇଥିଲେ । ଗୁରୁତର ଅବସ୍ଥାରେ ଦୀର୍ଘ ୧ ଘଣ୍ଟା ପଡ଼ିରହିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୩ ଘଣ୍ଟା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାକାଣ୍ଡରେ ସଂପୃକ୍ତ ଉଭୟ ସ୍ୱାମୀ-ସ୍ତ୍ରୀକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛନ୍ତି ।