ପଞ୍ଜୀକରଣ ହେବ ଭାରତ ସିରିଜ ଗାଡ଼ି

ପଞ୍ଜୀକରଣ ହେବ ଭାରତ ସିରିଜ ଗାଡ଼ି

ପଞ୍ଜୀକରଣ ହେବ ଭାରତ ସିରିଜ ଗାଡ଼ି

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ଭାରତ (ବିଏଚ) ସିରିଜ୍ ଗାଡ଼ି ପଞ୍ଜୀକରଣ ସୁବିଧା ଉପଲବ୍ଧ ହେବ । ବିଭିନ୍ନ ରାଜ୍ୟକୁ ବାରମ୍ବାର ବଦଳି ହେବା ଯୋଗୁଁ ହଇରାଣ ହେଉଥିବା କର୍ମଚାରୀମାନେ ଏହା ଦ୍ୱାରା ଉପକୃତ ହେବେ । ଗାଡ଼ି କିଣୁଥିବା ଲୋକ ଏଣିକି ଭାରତ ସିରିଜ ନମ୍ବର ନେଇପାରିବେ। ସେନା ଅଧିକାରୀ, କେନ୍ଦ୍ର ସରକାରଙ୍କ ଅଧିକାରୀ, ୪ରୁ ଅଧିକ ରାଜ୍ୟରେ ଅଫିସ୍ ଥିବା ସଂସ୍ଥାର କର୍ମଚାରୀ ଏହି ସୁବିଧା ଉପଲବ୍ଧ କରିପାରିବେ । ବେସରକାରୀ ସଂସ୍ଥାର ଅଧିକାରୀଙ୍କୁ ଅନଲାଇନ୍ ମାଧ୍ୟମରେ ପରିବହନ ୱେବସାଇଟରେ ଫର୍ମ ୬୦ ଭରିବାକୁ ପଡିବ । ସରକାରୀ କର୍ମଚାରୀ ନିଜର ପରିଚୟପତ୍ର ଦେଇ ଭାରତ ସିରିଜ ପାଇଁ ଆବେଦନ କରିପାରିବେ  । ଭାରତ ସିରିଜ୍ ନମ୍ବର ନେଲେ ଥରକୁ ୨ ବର୍ଷର ସଡ଼କ ଟିକସ ଲାଗିବ  । ସଡ଼କ ଟିକସ ପାଇଁ ଭିନ୍ନ ଭିନ୍ନ ସ୍ଲାବ ରହିଛି । ୧୦ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ଗାଡ଼ି ପାଇଁ ୮ ପ୍ରତିଶତ, ୧୦-୨୦ ଲକ୍ଷ ଟଙ୍କା ମଧ୍ୟରେ ଥିବା ଗାଡ଼ି ପାଇଁ ୧୦% ଓ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗାଡ଼ି ପାଇଁ ୧୨% ହାରରେ ସଡ଼କ ଟିକସ ସଂଗ୍ରହ କରାଯିବ ।