ପାଣିଭାବି ସାନିଟାଇଜର ପିଇଦେଲେ

ପାଣିଭାବି ସାନିଟାଇଜର ପିଇଦେଲେ

ପାଣିଭାବି ସାନିଟାଇଜର ପିଇଦେଲେ
ମୁମ୍ବାଇ: ବୃହଣ ମୁମ୍ବାଇ ମୁ୍ୟନିସିପାଲ କର୍ପୋରେସନ (ବିଏମସି) ର ଯୁଗ୍ମ କମିଶନର ରମେଶ ପାୱାର ଦୁର୍ଭାଗ୍ୟବଶତଃ ପାଣି ବଦଳରେ ହ୍ୟାଣ୍ଡ ସାନିଟାଇଜର ପିଇଦେଇଛନ୍ତି । ତେବେ ଏଥିରେ ତାଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବିଏମସିର ସାଧାରଣ ପରିଷଦର ବୈଠକ ଅପରାହ୍ନରେ କାର୍ଯ୍ୟାଳୟ ପରିସରରେ ବସିଥିଲା । ଶିକ୍ଷା ସଂକ୍ରାନ୍ତ ବଜେଟ ଉପସ୍ଥାପନ ଲାଗି ପାୱାର ଅନ୍ୟ ଅତିଥିଙ୍କ ସହ ଡାୟସରେ ବସିଥିଲେ । ତେବେ ବଜେଟ ଉପସ୍ଥାପନ କରିବା ପୂର୍ବରୁ ପାୱାର ନିଜ ଟେବୁଲ ଉପରେ ଏକ ବୋତଲରେ ରଖାଯାଇଥିବା ସାନିଟାଇଜରକୁ ପାଣି ଭାବି ପିଇଦେଇଥିଲେ । ମାତ୍ର ଢେ଼ାକେ ପିଇବା ପରେ ତାହା ପାଣି ନୁହେଁ ବୋଲି ସେ ଜାଣିପାରିଥିଲେ । ଏ ସମ୍ପର୍କରେ ପାୱାର କହିଛନ୍ତି ଯେ ଟେବୁଲରେ ରଖାଯାଇଥିବା ପାଣି ବୋତଲ ଓ ସାନିଟାଇଜର ବୋତଲ ସମାନ ଭଳି ଦେଖାଯାଉଥିଲା । ତେଣୁ ସେ ପାଣି ବଦଳରେ ସାନିଟାଇଜର ବୋତଲ ଉଠାଇ ପିଇ ଦେଇଥିଲେ । ପାଟିରେ ପଡ଼ିବା ମାତ୍ରେ ତାହା ପାଣି ଭଳି ଲାଗି ନଥିଲା । ତେଣୁ ତାକୁ ସେ ଢେ଼ାକି ନଥିଲେ । ତାହା ସାନିଟାଇଜର ବୋଲି ଜାଣିବା ପରେ ବାହାର କରିଦେଇଥିଲେ । ଏହା ପରେ ସେ ପାଟିକୁ ପାଣିରେ ଧୋଇଥିଲେ ଏବଂ ପରେ ବଜେଟ ଆଗତ କରିଥିଲେ ।