ଭାରତର ସାର୍ବଭୌମତ୍ୱରେ ସାଲିସ କରାଯିବ ନାହିଁ: ସଚିନ

ଭାରତର ସାର୍ବଭୌମତ୍ୱରେ ସାଲିସ କରାଯିବ ନାହିଁ: ସଚିନ

ଭାରତର ସାର୍ବଭୌମତ୍ୱରେ ସାଲିସ କରାଯିବ ନାହିଁ: ସଚିନ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ଧରି କୃଷକମାନେ ଆନେ୍ଦାଳନରେ ବସିଛନ୍ତି । ଯାହା ଏବେ ସାରା ବିଶ୍ୱର ନଜରରେ ରହିଛି । ବିଦେଶୀ ସେଲିବି୍ରଟିମାନେ ଏହା ଉପରେ ସୋସିଆଲ ମିଡିଆରେ ମତାମତ ଦେବା ଆରମ୍ଭ କଲେଣି । ଯାହାକୁ ନାପସନ୍ଦ କରିଛନ୍ତି । ଭାରତର କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର । ଆମେରିକୀୟ ଚର୍ଚ୍ଚିତ ଗାୟିକା ତଥା ଅଭିନେତ୍ରୀ ରିହାନୀ କୃଷକ ଆନେ୍ଦାଳନ ସମ୍ପର୍କିତ ଏକ ଖବରକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସଂଲଗ୍ନ କରି ଟ୍ୱିଟ କହିଛନ୍ତି ଯେ, ଆମେ କାହିଁକି ଏ ବିଷୟରେ କିଛି କହୁନାହୁଁ? ରିହାନାଙ୍କ ଏହି ଟ୍ୱିଟର ଜବାବ ଦେଇ ସଚିନ ଲେଖ ଲେଖିଛନ୍ତି, ଭାରତର ସାର୍ବଭୌମତ୍ୱରେ ସାଲିସ କରାଯିବ ନାହିଁ । ବାହ୍ୟ ଶକ୍ତି କେବଳ ଦର୍ଶକ, ସେମାନେ ଅଂଶଗ୍ରହଣକାରୀ ନୁହଁନ୍ତି । ଭାରତୀୟମାନେ ଭାରତକୁ ଜାଣିଛନ୍ତି ଏବଂ ଭାରତ ପାଇଁ ସେମାନେ ହିଁ ନିଷ୍ପତ୍ତି ନିଅନ୍ତୁ । ଆସନ୍ତୁ ଏକ ରାଷ୍ଟ୍ର ଭାବେ ଏକଜୁଟ ହେବା ।’