ପୌର ପରିଷଦ ଓ ନିଗମ ନିର୍ବାଚନ ଲାଗି କ’ଣ ରହିଛି ବଡ଼ ଓ ନୂଆ କଥା ଜାଣନ୍ତୁ

ପୌର ପରିଷଦ ଓ ନିଗମ ନିର୍ବାଚନ ଲାଗି କ’ଣ ରହିଛି ବଡ଼ ଓ ନୂଆ କଥା ଜାଣନ୍ତୁ

ପୌର ପରିଷଦ ଓ ନିଗମ ନିର୍ବାଚନ ଲାଗି କ’ଣ ରହିଛି ବଡ଼ ଓ ନୂଆ କଥା ଜାଣନ୍ତୁ

ଭୁବନେଶ୍ବର: ଗ୍ରାମା୍ଞ୍ଚଳ ପରେ ଏବେ ସହରାଞ୍ଚଳରେ ନିର୍ବାଚନ ଲାଗି ତତ୍ପରତା ପ୍ରକାଶ ପାଇଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କାଉନ୍‌ସିଲର, କର୍ପୋରେଟର୍‌, ଚେୟାରପର୍ସନ ଓ ମେୟାର ନିର୍ବାଚନ କରିବାକୁ ଆ୍ବହାନ କରିଛନ୍ତି। ୨୩ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟ ନିର୍ବାଚନ କମିସନରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ୧୦୬ ପୌର ପରିଷଦର ୧୭୩୧ ୱାର୍ଡ, ୩୦୩୦ ବୁଥ୍‌ରେ ୨୭ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେହିପରି ୩ ପୌର ନିଗମ କଟକ, ବ୍ରହ୍ମପୁର ଓ ଭୁବନେଶ୍ବରର ୧୬୮ ୱାର୍ଡର ୧୪୦୭ଟି ବୁଥରେ ୧୪ ଲକ୍ଷ ୨୬ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଆସନ୍ତୁ ଜାଣିବା ଚଳିତ ନିର୍ବାଚନରେ ରହିଛି କଣ କଣ ନିୟମ

୧) ରାଜ୍ୟରେ ପ୍ରଥମ କରି ଚେୟାରପର୍ସନ (ଅଧ୍ୟକ୍ଷ) ଓ ମେୟାର୍ ନିର୍ବାଚନ ପ୍ରତ୍ୟେକ୍ଷ ଭାବରେ ହେବ। 

୨) ଏଥିପ୍ରାଇ ପ୍ରତି ବୁଥରେ ୨ଟି ଇଭିଏମ୍‌ (ଇଲୋକ୍ଟ୍ରୋନିକ୍‌ସ ଭୋଟିଂ ମେସିନ୍‌) ଅଲଗା କରି ରହିବ। 

ଏଥିରେ ଗୋଟିଏ ମେୟର/ଚେୟାରପର୍ସନ ଓ ଅନ୍ୟଟି କର୍ପୋରେଟର୍‌/କାଉନ୍‌ସିଲରଙ୍କ ପାଇଁ ରହିବ। 

୩) କାଉନ୍‌ସିଲର୍‌/କର୍ପୋରେଟରଙ୍କ ଲାଗି ଗୋଲାପି ଓ ମେୟାର୍‌ ଏବଂ ଚେୟାରପର୍ସନଙ୍କ ଲାଗି ହଳଦିଆ ରଙ୍ଗର କାଗଜ ଥିବା ଇଭିଏମ୍‌ ରହିବ। 

୪) ସମାନ ରଙ୍ଗର ଷ୍ଟିକର୍‌ କଣ୍ଟ୍ରୋଲ୍‌ ୟୁନିଟ୍‌ରେ ଲଗାଯିବ।

୫) ଇଭିଏମ୍‌ରେ ନୋଟା ଅପସ୍‌ନର ରହିବ ନାହିଁ। 

ପ୍ରାର୍ଥିଙ୍କ ଖର୍ଚ୍ଚ ସୀମା

୧) ୫୦ ହଜାର ପର୍ୟ୍ୟନ୍ତ ଜନ ସଂଖ୍ୟା ଥିବା ଏନ୍‌ଏସି/ମୁନିସିପାଲିଟିରେ କାଉନ୍‌ସିଲର ଓ କର୍ପୋରେଟରଙ୍କ ଲାଗି ଖର୍ଚ୍ଚସୀମା ୫୦ ହଜାର ଟଙ୍କା ରହିବ। ସେହି ଜନସଂଖ୍ୟାରେ ଚେୟାରପର୍ସନ ଓ ମେୟରଙ୍କ ଲାଗି ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ରହିବ। 

୨) ୫୦ ହଜାରରୁ ଏକ ଲକ୍ଷ ମଧ୍ୟରେ ଥିଲେ ଏନ୍‌ଏସି/ମୁନିସିପାଲିଟିରେ କାଉନ୍‌ସିଲର ଓ କର୍ପୋରେଟରଙ୍କ ଲାଗି ଖର୍ଚ୍ଚସୀମା ୭୫ ହଜାର ଟଙ୍କା ଓ ଚେୟାରପର୍ସନ ଓ ମେୟରଙ୍କ ଲାଗି ଏହା୩ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରହିପାରିବ।