ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ
ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ
ଭୁବନେଶ୍ବର: ବାଜି ସାରିଛି ପୌର ନିର୍ବାଚନ ବିଗୁଲ୍। ମାର୍ଚ୍ଚ ମାସ ୨୪ ତାରିଖରେ ନିର୍ବାଚନ ହେବା ନେଇ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିସନ୍। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି। ନିର୍ବାଚନ କମିସନରଙ୍କ ଘୋଷଣା ଅନୁଯାୟୀ ଚଳିତ ମାସ ୨୮ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ମାସ ୨ ତାରିଖରୁ ୭ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିବେ। ୯ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୧୪ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ। ଏବଂ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥିପତ୍ର ପ୍ରକାଶ ପାଇବ। ୨୪ ତାରିଖରେ ନିର୍ବାଚନ ହେବ। ୨୬ ତାରିଖରେ ଗଣତି ସହିତ ଫଳାଫଳ ଘୋଷଣା କରାଯିବ। ଏପ୍ରିଲ୍ ୮ ତାରିଖ ଓ ୭ ତାରିଖରେ ଡେପୁଟି ମେୟାର୍ ଓ ଭାଇସ୍ ଚେୟାରପର୍ସନ ନିର୍ବାଚନ କରାଯିବ। ଚଳିତ ମାସ ୨୫ ତାରିଖରୁ ମାର୍ଚ୍ଚ ମାସ ୨୬ ତାରିଖ ପର୍ୟ୍ୟନ୍ତ ଆଚରଣବିଧି ଲାଗୁ କରାଯାଇଛି ବୋଲି ନିର୍ବାଚନ କମିସନର ଘୋଷଣା କରିଛନ୍ତି।




admin 