ପ୍ରକୃତିଙ୍କ ବାପା କହିଲେ ପ୍ରକୃତି ଏବେ ନାସନାଲ ଫିଲଡ଼ରେ ଖେଳୁଛି
ପ୍ରକୃତିଙ୍କ ବାପା କହିଲେ ପ୍ରକୃତି ଏବେ ନାସନାଲ ଫିଲଡ଼ରେ ଖେଳୁଛି
ଭୁବନେଶ୍ୱର : ବାବୁସାନ ଓ ପ୍ରକୃତିର ଭିଡ଼ିଓ ଭାଇରାଲ ହେବା ପରେ ମୁହଁ ଖୋଲିଛନ୍ତି ପ୍ରକୃତିଙ୍କ ବାପା ତଥା ସୁନାମଧନ୍ୟ ସଂଗୀତଜ୍ଞ ମନ୍ମଥ ମିଶ୍ର ।
ମୋ ଝିଅ ପ୍ରକୃତି ବାବୁସାନଙ୍କୁ ବ୍ଲାକମେଲ କରିବ କାହିଁକି ? ପ୍ରକୃତିର ଅର୍ଥ ଅଭାବ ଅଛି ନା ତା’ର ଟ୍ୟାଲେଂଟ ଅଭାବ ଥିଲା । ସେମାନେ ଭଲ ସାଙ୍ଗ ଥିଲେ । ଆମ ପରିବାର ଓ ତାଙ୍କ ପରିବାର ସହ ମଧ୍ୟ ଭଲ ସମ୍ପର୍କ ରହିଛି । ପ୍ରକୃତି ୮ ବର୍ଷ ହେଲା ମୁମ୍ବାଇରେ ସଂଘର୍ଷ କରିଛି । ଏବେ ସେ ନାସନାଲ ଫିଲଡ଼ରେ ଖେଳୁଛି ବୋଲି ମନ୍ମଥ ମିଶ୍ର କହିଛନ୍ତି ।
ସେହିପରି ବାବୁସାନ ବାପା ହୋଇ ସାରିଲେଣି । ବାବୁସାନ ଓ ତୃପ୍ତି ତାଙ୍କ ଘର ସଜାଡ଼ିବା ଦରକାର । ତୃପ୍ତି ଏବେ ଅଲଗା ମାନସିକତାରେ ରହିଛି । ବାବୁସାନ ପ୍ରକୃତିଙ୍କୁ ଡିଷ୍ଟର୍ବ କରୁଥିଲେ ନା ପ୍ରକୃତି ବାବୁସାନଙ୍କୁ ଡିଷ୍ଟର୍ବ କରିଥିଲେ ଏହାର ପ୍ରମାଣ କିଏ ଦେବ ବୋଲି ମନ୍ମଥ ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟଯେ, ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ସମ୍ପର୍କର ଗୁମର ଖୋଲିଛନ୍ତି ତୃପ୍ତି ଶତପଥି । ସେ କହିଛନ୍ତିଯେ, ସେ ବାବୁସାନ ଓ ପ୍ରକୃତିଙ୍କୁ ୪ ଥର ଧରିଛନ୍ତି । ଏନେଇ ସେ ଶାଶୁ ଅପରାଜିତା ମହାନ୍ତିଙ୍କୁ ବି ଜଣାଇଥିଲେ । ଶାଶୁ ଏକଥା ଜାଣିବା ପରେ ବାବୁସାନଙ୍କୁ ବି ଗାଳି କରିଥିଲେ । ମନ୍ମଥ ମିଶ୍ରଙ୍କୁ ମଧ୍ୟ ଗାଳି କରିଥିଲେ ବୋଲି ତୃପ୍ତି କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି । ଶାଶୁଙ୍କ ଦେହ ଏବେ ଭଲ ନାହିଁ ବୋଲି ତୃପ୍ତି କହିଛନ୍ତି । ବାପାମା’ ହିସାବରେ ଶାଶୁ ଶ୍ୱଶୁର ଏବେ ଅସହାୟ ହୋଇପଡ଼ିଛନ୍ତି । ସେ କିଛି କରିପାରୁନାହାନ୍ତି ବୋଲି ତୃପ୍ତି ଗଣମାଧ୍ୟମକୁ କହିଛନ୍ତି ।
ଭିଡ଼ିଓ ଭାଇରାଲ ହେବା ପରେ ରାଗି ଯାଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ମୁଁ କାହାରିକୁ ଛାଡ଼ିବିନାହିଁ । ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି । ଏମିତି ଧମକ ଦେବାକୁ ପଛାଇନାହାନ୍ତି ପ୍ରକୃତି ।




admin 