ମୁଁ ବି ଚାହିଁଲେ ୫୦ ଗୁଣ୍ଡାଙ୍କୁ ନେଇ ହାରାସ କରିପାରିବି : ମନ୍ମଥ ମିଶ୍ର

ମୁଁ ବି ଚାହିଁଲେ ୫୦ ଗୁଣ୍ଡାଙ୍କୁ ନେଇ ହାରାସ କରିପାରିବି : ମନ୍ମଥ ମିଶ୍ର

ଭୁବନେଶ୍ୱର : ବାବୁସାନ ଓ ପ୍ରକୃତିର ଭିଡ଼ିଓ ଭାଇରାଲ ହେବା ପରେ ମୁହଁ ଖୋଲିଛନ୍ତି ପ୍ରକୃତିଙ୍କ ବାପା ତଥା ସୁନାମଧନ୍ୟ ସଂଗୀତଜ୍ଞ ମନ୍ମଥ ମିଶ୍ର  । ସେ କହିଛନ୍ତିଯେ, ପୂର୍ବରୁ ଟିକି ଅପା ମୋତେ ଏକଥା କହିଥିଲେ  । ମୁଁ ପ୍ରକୃତିକୁ ଏନେଇ ପଚାରିଥିଲି । ପ୍ରକୃତି କହିଥିଲାଯେ, ନନା ଏଥିରେ କିଛି ନାହିଁ  । ଆମେ ମିଳାମିଶା କରୁଥିବାରୁ ତୃପ୍ତି ଈର୍ଷା କରୁଛନ୍ତି  । ବାବୁସାନ ଓ ମୁଁ କେବଳ ସାଙ୍ଗ ବୋଲି ପ୍ରକୃତି କହିଥିଲେ  ।

ମୋ ଝିଅ ପ୍ରକୃତି ବାବୁସାନଙ୍କୁ ବ୍ଲାକମେଲ କରିବ କାହିଁକି ? ପ୍ରକୃତିର ଅର୍ଥ ଅଭାବ ଅଛି ନା ତା’ର ଟ୍ୟାଲେଂଟ ଅଭାବ ଥିଲା  । ସେମାନେ ଭଲ ସାଙ୍ଗ ଥିଲେ । ଆମ ପରିବାର ଓ ତାଙ୍କ ପରିବାର ସହ ମଧ୍ୟ ଭଲ ସମ୍ପର୍କ ରହିଛି । ପ୍ରକୃତି ୮ ବର୍ଷ ହେଲା ମୁମ୍ବାଇରେ ସଂଘର୍ଷ କରିଛି  । ଏବେ ସେ ନାସନାଲ ଫିଲଡ଼ରେ ଖେଳୁଛି ବୋଲି ମନ୍ମଥ ମିଶ୍ର କହିଛନ୍ତି  ।

ସେହିପରି ବାବୁସାନ ବାପା ହୋଇ ସାରିଲେଣି  । ବାବୁସାନ ଓ ତୃପ୍ତି ତାଙ୍କ ଘର ସଜାଡ଼ିବା ଦରକାର  । ତୃପ୍ତି ଏବେ ଅଲଗା ମାନସିକତାରେ ରହିଛି । ବାବୁସାନ ପ୍ରକୃତିଙ୍କୁ ଡିଷ୍ଟର୍ବ କରୁଥିଲେ ନା ପ୍ରକୃତି ବାବୁସାନଙ୍କୁ ଡିଷ୍ଟର୍ବ କରିଥିଲେ ଏହାର ପ୍ରମାଣ କିଏ ଦେବ ବୋଲି ମନ୍ମଥ ପ୍ରଶ୍ନ କରିଛନ୍ତି ।

ସେହିପରି ଯଦି ତୃପ୍ତିଙ୍କ ପାଖରେ ପ୍ରମାଣ ଥିଲା, ତେବେ ସେ ଆଇନର ଆଶ୍ରୟ ନେଇପାରିଥା’ନ୍ତେ  । କିନ୍ତୁ ସେ ଗୁଣ୍ଡାଙ୍କୁ ଆଣି ମୋ ଝିଅକୁ ହାରାସ କଲେ  । ଲଳିତ ବାବୁ ଏଭଳି କରିବେ ବୋଲି ମୁଁ ଆଶା ରଖିନଥିଲି  । ମୁଁ ବି ଚାହିଁଲେ ୫୦ ଗୁଣ୍ଡା ନେଇ ତାଙ୍କୁ ବି ହାରାସ କରିପାରିବି  । ମୁଁ କିନ୍ତୁ ସେଭଳି ନକରି ଥାନାକୁ ଗଲିବୋଲି ମନ୍ମଥ କହିଛନ୍ତି  ।