ପ୍ରତିରକ୍ଷା ସଂକ୍ରାନ୍ତ ବୈଠକ ଅଧାରୁ ପଳାଇଲେ ରାହୁଲ

ପ୍ରତିରକ୍ଷା ସଂକ୍ରାନ୍ତ ବୈଠକ ଅଧାରୁ ପଳାଇଲେ ରାହୁଲ

ପ୍ରତିରକ୍ଷା ସଂକ୍ରାନ୍ତ ବୈଠକ ଅଧାରୁ ପଳାଇଲେ ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରତିରକ୍ଷା ସଂକ୍ରାନ୍ତ ଏକ ସଂସଦୀୟ କମିଟି ବୈଠକ ଅଧାରୁ ପଳାଇଯିବା ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲଙ୍କ ସହିତ ଅନ୍ୟ ୨ କଂଗ୍ରେସ ନେତା ରାଜୀବ ସତବ ଏବଂ ରେବାନ୍ତ ରେଡ୍ଡି ପ୍ରମୁଖ ପ୍ରତିରକ୍ଷା କମିଟି ବୈଠକ ଅଧାରୁ ପଳାଇଛନ୍ତି । ଏହି ବୈଠକରେ ସିଡିଏସ ଜେନେରାଲ ବିପିନ ରାୱତ ମଧ୍ୟ ଉପସ୍ଥିତ ଥିଲେ । କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି ଯେ ସୈନିକମାନଙ୍କୁ କିଭଳି ଅଧିକ ସଶକ୍ତ କରାଯିବ ଏବଂ ଅଧିକ ଅତ୍ୟାଧୁନିକ ଉପକରଣ ଦିଆଯିବ ସେ ସଂକ୍ରାନ୍ତରେ ଆଲୋଚନା କରିବା ପରିବର୍ତ୍ତେ କମିଟି ସେନାବାହିନୀର ପୋଷାକ ସଂକ୍ରାନ୍ତରେ ଆଲୋଚନା କରୁଛି । ରାହୁଲ କହିଥିଲେ ରାଜନୈତିକ ନେତୃବୃନ୍ଦମାନେ ଜାତୀୟ ସୁରକ୍ଷା ଓ ସେନାବାହିନୀକୁ କିଭଳି ସୁଦୃଢ଼ କରାଯିବ ସେ ସଂକ୍ରାନ୍ତରେ ଆଲୋଚନା କରିବା ଉଚିତ, କିନ୍ତୁ ତାହା ହେଉନାହିଁ । ଏହା ପରେ ସେ ବୈଠକ ଛାଡ଼ି ପଳାଇଥିଲେ ଏବଂ ଏଭଳି ବୈଠକ ଅଯଥା ସମୟ ନଷ୍ଟ ବୋଲି କହିଥିଲେ ।