ଫେରିବ କି କରୋନା ଲହରୀ

ଫେରିବ କି କରୋନା ଲହରୀ

ଫେରିବ କି କରୋନା ଲହରୀ

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ହେଲାଣି କରୋନା କବଳରେ ସାରା ବିଶ୍ୱ । ଗତ କିଛି ଦିନ ହେବ କରୋନା ସିଂକ୍ରମଣରେ ସାମରନ୍ୟ ହ୍ରାସ ପରିଲକ୍ଷିତ ହେଉଥିଲା । କନ୍ତୁ ବର୍ତ୍ତମାନ ଅନେକ ସ୍ଥାନରେ କରୋନା ସଂକ୍ରମଣ ଧୀରେଧୀରେ ବଢୁଥିବାରୁ ପୁଣି ସମସ୍ତେ ଚିନ୍ତାରେ । କିନ୍ତୁ ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ) ଏମିତି ଚେତାବନୀ ଦେଇଛି । ଏପରି ପରିସ୍ଥିତିରେ ହୁ ବିଭିନ୍ନ ଦେଶକୁ ଚେତାବନୀ ଦେଇ କହିଛି ଯେ, ଆଗାମୀ ଦିନରେ କରୋନା ଏକ ବଡ ଲମ୍ଫ ଦେବାର ଆଶଙ୍କା ରହିଛି । 
ସୂଚନା ଅନୁସାରେ ଡବ୍ଲୁଏଚ୍ଓ କହିଛି ଯେ, ପୃଥିବୀରେ ପୁଣି କରୋନା ପରୀକ୍ଷା କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ ଗତ କିଛି ସପ୍ତାହ ଧରି କମ୍ ମାମଲା ପଞ୍ଜିକୃତ ହେଉଛି । ଏହା ବ୍ୟତୀତ ଅନେକ ଦେଶରେ ସର୍ବାଧିକ ସଂଖ୍ୟକ ମାମଲା ରହିବାର ଆଶଙ୍କା ରହିଛି । ହୁ କହିଛି ଯେ, ଏସିଆର ବହୁ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇପାରେ । ଯାହା ଏବେ କିଛି ଦେଶରେ ବୃଦ୍ଧି ପାଇବାରେ ଲାଗିଛି । 
ସୂଚନା ଅନୁସାରେ କାରେନା ଚାଇନାରେ ପୁଣିଥରେ ସମସ୍ତଙ୍କୁ ଅସୁବିଧାରେ ପକାଇଛି । ଫଳରେ ୧୩ଟି ସହରରେ ଲକ୍ଡାଉନ୍ ଘୋଷଣା କରାଯାଇଛି । ଏଠାରେ ଓମିକ୍ରନର ସବ-ଭାରିଆଣ୍ଟବିଏ.୨ର ମାମଲା ପଞ୍ଜିକୃତ ହେଉଛି । ଯାହା ଦ୍ରୁତ ଗତିରେ ବ୍ୟାପିଥାଏ । 
ପୃଥିବୀର ସମସ୍ତ ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଲାଗି ମଧ୍ୟ ଡବ୍ଲୁଏଚଓ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଦାବି ହେଉଛି ଯେ, ଜୁନ୍ ସୁଦ୍ଧା ଚତୁର୍ଥ ଲହରର ପ୍ରଭାବ ଭାରତରେ ଦେଖିବାକୁ ମିଳିବ । ସେଥିପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କରୋନା ସମ୍ବନ୍ଧରେ ନିରନ୍ତର ସମୀକ୍ଷା ବୈଠକ କରାଯାଉଛି । ଏହା ସହିତ କରୋନା ସ୍ଥିତି ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।