ର‍୍ୟାଗିଂରୁ ହତ୍ୟା ଧମକ

ର‍୍ୟାଗିଂରୁ ହତ୍ୟା ଧମକ

ର‍୍ୟାଗିଂରୁ ହତ୍ୟା ଧମକ

ଗୋଳନ୍ଥରା: ଗୋଳନ୍ଥରା ଥାନା ଅନ୍ତର୍ଗତ ନିଷ୍ଟ ଶିକ୍ଷାନୁଷ୍ଠାନରେ ର‍୍ୟାଗିଂ ହୋଇଛି । ଜଣେ ଜୁନିୟର ଛାତ୍ରଙ୍କୁ ମାଡ ମାରି ହତ୍ୟା ଧମକ ଦେବା ନେଇ ସିନିୟର ଛାତ୍ରଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ କ୍ରମେ ଗୋଳନ୍ଥରା ଥାନା ପୋଲିସ୍‌ କେସ୍‌ ନମ୍ବର୯୭/୨୨ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ ଗତ ୧୨ତାରିଖ ରାତିରେ ଜଣେ ସିନିୟର ଛାତ୍ର ଜଣେ ଜୁନିୟର ଛାତ୍ରଙ୍କୁ କୌଣସି କାରଣକୁ ନେଇ ଗାଳିଗୁଲଜ କରିଥିଲେ । ଏପରିକି ତାଙ୍କୁ ଚାପୁଡା ମାରି ହତ୍ୟା ଧମକ ଦେଇଥିଲେ । ଏହି ଘଟଣାକୁ ନେଇ ଜୁନିୟର ଛାତ୍ର ଜଣକ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ କ୍ରମେ ପୋଲିସ୍‌ ତଦନ୍ତ କରୁଛି ।

 
ପୂର୍ବରୁ ମଧ୍ୟ ଏହି ଶିକ୍ଷାନୁଷ୍ଠାନରେ ର‍୍ୟାଗିଂକୁ ନେଇ ବହୁବାର ଅଭିଯୋଗ ଆସିଛି । ଏବେ ପୁଣି ଥରେ ର‍୍ୟାଗିଂ ଅଭିଯୋଗ ଆସିବା ପରେ ପୋଲିସ ତନ୍ଦନ୍ତ କରିବା ସହ କଲେଜ କର୍ତ୍ତୃପକ୍ଷ ମଧ୍ୟ ଏହି ଘଟଣା ଉପରେ ନିଜଆଡୁ ତନ୍ଦନ୍ତ କରୁଥିବା ସୂଚନା ମିଳିଛି ।